STORYMIRROR

Basanta Pradhan

Abstract Children Stories

4.0  

Basanta Pradhan

Abstract Children Stories

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
225



ଶୁଖିଲା ପତରଟିଏ ବୋଲି ମୋତେ

ମଣ ନାହିଁ ତୁମେ ହେୟ ,

ଅନେକ ଗୁଣର ଅଧିକାରୀ ମୁହିଁ

ଦେଇଛନ୍ତି ଦୟାମୟ ।

ସବୁଜ ସରସ ଥିବା ବେଳେ ମୁହିଁ

ଦିଶଇ ବହୁ ସୁନ୍ଦର ,

ପରିଣତ ବୟସରେ ଝଡ଼ିଯାଏ

ଗାଇ ସଙ୍ଗୀତ ମର୍ମର ।

ଜୀବନ ବୃକ୍ଷର ଶୁଖିଲା ପତର

ଅଟଇ ସିନା ବାର୍ଦ୍ଧକ୍ୟ ,

କେତେବେଳେ ସେହି ପଡ଼ିବ ଯେ ଝଡ଼ି

ହରାଇ ପ୍ରାଣ ପୁଲକ ।


Rate this content
Log in

Similar oriya poem from Abstract