STORYMIRROR

Basanta Pradhan

Abstract

3  

Basanta Pradhan

Abstract

ଲୁହ*****

ଲୁହ*****

1 min
234


ଲୁହ ପରି ଆଉ ଏଇ ଜୀବନରେ

ନାହିଁ କେହି ଆପଣାର ,

ବିପଦ ବେଳରେ ସବୁ ଚାଲିଯିବେ

ଲୁହ ଏକା ସହଚର ।

ଲୁହ ବୁଝିପାରେ ହୃଦୟ କୋହକୁ

ବିଶ୍ବସ୍ତ ସାଥୀଟେ ହୋଇ ,

କଷଣ ର ଭାର କରିପାରେ ଦୂର

ବହିଗଲେ ଲୁହ ହୋଇ ।

ଗଙ୍ଗା ପରି ଲୁହ ଅଟେ ଯେ ପବିତ୍ର

ଧୋଇଦିଏ ପାପ ରାଶି ,

ପ୍ରେମାଶ୍ରୁ ହୋଇ କେବେ ବହିଗଲେ

ମନେ ଭରିଯାଏ ଖୁସି ।


Rate this content
Log in

Similar oriya poem from Abstract