STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ମରୁଭୂମି

ମରୁଭୂମି

1 min
270

ଉତପ୍ତ ମରୁଭୂମିର ତୃଷାର୍ତ୍ତ ପଥିକ

ଖୋଜୁଥିଲି ମରୁଦ୍ୟାନ ଶୀତଳ ନିର୍ଝର

ଜଳ ଜଳ ଦୃଶ୍ୟମାନ ହେଲ ସମ୍ମୁଖରେ

ସ୍ବଛ ନିର୍ମଳ ଶୀତଳ ଜଳର ଭଣ୍ଡାର।।


ଜାଣି ତ ନଥିଲି ତୁମେ ମରୁ ମରୀଚିକା

ଆକସ୍ମିକ ଉଦ୍ଭାସିତ ହୋଇ ଦେଲ ଦେଖା

ତୁମ ପ୍ରାପ୍ତି ତୃଷ୍ଣା ଶାନ୍ତି ଆଶା ଧରିମନେ

ଧାଇଁଲି ତୁମ ପାଖକୁ ଜଳାଶୟ ଭ୍ରମେ।।


କ୍ଳାନ୍ତ ପାଦ ବଢେ ଯେତେ ଯାଅ ସେତେ ଦୁରେ

ଆଶା ବଡ ଦୁଃଖଦାୟୀ ମର ସଂସାରରେ

ଜାଣେ ତୃଷିତ ଅଶାନ୍ତ ମରୁଭୂମି ପରେ

ବିରତ ନୋହେ ତୁମର ଅନୁଧାବନରେ ।।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract