STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ମରୁଭୂମି

ମରୁଭୂମି

1 min
277


ମରୁଭୂମି ମରୁ ମରିଚିକା ତରୁ ବିହୀନ ଉତପ୍ତ ବାଲି

ମରୁର ଜାହାଜ ଓଟ ଏକା ଏଠି କରି ଦେଇଥାଏ ପାରି

ମରିଚିକା ଛନ୍ଦେ ମରୁରେ ପଡ଼ିଲେ ମରଣ ତ ସୁ-ନିଶ୍ଚିତ

ମରୁଭୂମି ଖାଲି ବାଲି ଆଉ ବାଲି କେତେ କେତେ ବାଲି ସ୍ତୁପ ।।


ମରୁ ଉପତ୍ୟକା ମରୁଦ୍ୟାନ ଯହିଁ ଖଜୁରୀ ଗଛର ତଳେ

ଆଶ୍ରୟ ନିଅନ୍ତି ପଥିକ ସେଠାରେ ଜଳର ସନ୍ଧାନ ମିଳେ

କଣ୍ଟାଯୁକ୍ତ ଗୁଳ୍ମ ବିନା ଅନ୍ୟ କିଛି ଦୁବବି କଅଁଳେ ନାହିଁ

ଆଖିପାଏ ନାହିଁ ବିଶାଳ ପ୍ରାନ୍ତର ବାଲି ଭରା ଏହି ଭୂଇଁ ।।


ବାଲି ଝଡ଼ ବାଲି ପାହାଡ଼ ଭିତରେ ମରୁଦ୍ୟାନ ସ୍ଥାନେ ସ୍ଥାନେ

ପଥିକ ମନରେ ସାହସ ସଞ୍ଚରେ ପହଞ୍ଚି ଲେ ମରୁଦ୍ୟାନେ

ଶୂନ୍ୟ ଆକାଶର ତଳେ ଶୂନ୍ୟ ଏହି ନିରିଜନ ମରୁଭୂମି

କେଉଁ ଦେବତାର ଅଭିଶାପେ ଜଳେ ଏଇ ୟେ ବାଲୁକା ଭୂମି ।।


ସରଜନା କାରି ସରଜି ଦେଇଛ ଧରାରେ ବିଚିତ୍ର ଚିତ୍ର

ଧନ୍ୟ ରୂପକାର ରଙ୍ଗାଇଛ ମରୁ ବନ ଭୂଇଁ ନଦୀ ନଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics