Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

4  

Bijay Prusty

Fantasy

ମୃତ୍ୟୁକୁ ମୁଁ ଭଲପାଏ

ମୃତ୍ୟୁକୁ ମୁଁ ଭଲପାଏ

1 min
389



ଜାଣି ପାରେନି ମୁଁ ମୃତ୍ୟୁ କାହିଁକି

ଜୀବନକୁ ଭଲପାଏ

ମରଣର ତଳେ ନିତି ନିତି ସିଏ

ଜୀବନର ଗୀତଗାଏ I


ମୃତ୍ୟୁର କଣ ଦୁଃଖ ନାହିଁ କିଛି

ସୁଖେ ସିଏ ବଞ୍ଚିଥାଏ

ସୁଖ ଦେବ ବୋଲି କହିକହି ସଦା

ସୁଖ ସବୁ ହରିନିଏ I


ମୃତ୍ୟୁ ଗୋଟିଏ ଅସରା କାହାଣୀ

ଜୀବନର ପୂଣ୍ୟପୋଥି

ମଣିଷ ଆଖିରେ ସ୍ୱପ୍ନ ବୁଣୁଥାଏ

ଦୁଃଖେ ଭରୁଥାଏ ଛାତି I


ସୁଖରେ ଥାଏ କି ଦୁଃଖରେ ଥାଏ ସେ

କେହି ପାରନ୍ତିନି ଜାଣି

ସୁକଟିଏ ବୋଲି ଭାବେ ସେ ଯାହାକୁ

ସେଠାରେ ଦୁଃଖର ଖଣି I


ତଥାପି ମୁଁ ନିତି ଭାସେ ତା କଥାରେ

ମୃତ୍ୟୁକୁ ମୁଁ ଭଲପାଏ

ଜୀବନଟିଏ ସେ ନୁହଇଁ କାହାର

ନିତିନିତି ଯିଏ ମୃତ୍ୟୁର ଗୀତଗାଏ I

         


Rate this content
Log in

Similar oriya poem from Fantasy