STORYMIRROR

Chinmaya Kumar Nayak

Abstract Others

2  

Chinmaya Kumar Nayak

Abstract Others

ମୃତ୍ୟୁ

ମୃତ୍ୟୁ

1 min
131

ଅପର ସାଥିରେ ବହୁବଳ କଷି

ଦିନ ଗଲା ତୋର ସରି,

ମଲା ପରେ ଏବେ ଶୋଇବୁ ଶେଷରେ

ଶ୍ମଶାନେ ବିଛଣା ପାରି।


ଧନ ଯଶ ଗର୍ବେ ମତ୍ତ ହୋଇ ଦିନେ

କରୁଥିଲୁ କେତେ ନାଟ,

ଆଜି ଦେଖ ଯାଉ ଆଉ କା କାନ୍ଧରେ

ସମ୍ବଳ ଛ ଖଣ୍ଡ କାଠ।


କେତେ କେତେ ସବୁ ଅନୀତି ଆଚରି

ଠୁଳ କରିଥିଲୁ ଧନ,

ଖେଳୁ ଥିଲୁ ଦିନେ ଅପର ଜୀବନେ

ଆଜି ନାହିଁ ତୋ ଜୀଵନ ।


ଆଖି ଆଗେ କେତେ ଜୀଵନ ସରୁଛି

ଦେଖି ବୁଝିଦେଉ ଆଖି,

ସେରକ ପୁରିଲେ ମାଣକ ପୁରିବ

ଗଲୁ ଦିନ ଶେଷେ ଠକି।


କାଳର କରାଳ ଗ୍ରାସ ଦିନେ ନିଶ୍ଚେ

ସଭିଁଙ୍କୁ କରିବ ଗ୍ରାସ,

ସଚେତ ହୋଇଣ ନୀତି ଆଚରିଲେ

ଜୀବନ ହେବ ପୀୟୂଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract