STORYMIRROR

Krushnachandra Barik

Tragedy

3  

Krushnachandra Barik

Tragedy

ମୃତ୍ୟୁ

ମୃତ୍ୟୁ

1 min
178

ମୁଁ ବୁଣିଥିବ। ଭୋକର ବିହନ

ସୁଆର ସିଅ।ର ଦୁଃଖର ଫସଲ ରାକ୍ଷସ ମୁହୂର୍ତ୍ତ

ଫୁଟାଉଛି ଅନୁରାଗର ଫୁଲ


ମଣିଷ ଅଣ୍ଡାଳି ଚାଲିଛି ପରିତ୍ୟକ୍ତ ପୁରୁଣା ଅତୀତ

କ୍ଷମତାସୀନ ଅନ୍ଧ ଧ୍ରୁତରାଷ୍ଟ୍ର ସମ୍ଭ୍ରାନ୍ତ ବଜାରରେ ଖୋଳିଦେଇଛି

କରୁଣ ରସର ଦୋକାନ ଚନ୍ଦ୍ର ପଖଳା

ଶିହରଣ ସ୍ୱପ୍ନ ଗୁପ୍ତଧନର ପସରା


 

ବୋଲକରା କ୍ରୀତଦାସ ପରି ପାଣ୍ଡବେ ସୁଡଙ୍ଗର

କୁଟୀଳ ଅନ୍ଧାରରେ ସତ୍ୟର ସନ୍ଧାନରେ

ଖୋଜି ଚାଲିଛନ୍ତି ଗଙ୍ଗଶିଉଳିର ମହକ ରାତ୍ରିର ଆୟୁଷ 


 

ବେଳେ ବେଳେ ରକ୍ତ ଯୁଡୁ ବୁଡୁ ବୀଭତ୍ସ ଆତ୍ମା

କଳା କାରନାମାର କଣ୍ଠରୋଧ କରିବାକୁ ବଦ୍ଧପରିକର

ବେଳେ ବେଳେ ପ୍ରଳୟ ପାୟୋଧିରେ ପ୍ରଳମ୍ୱିତ ପ୍ରେମ

ବିଲୀନ ପ୍ରାୟ


ଆଜିର ଏ ଅନୁରାଗର ଫୁଲ ମାଟିର ଶେଯ

ଧ୍ରୁବ ସତ୍ୟ

କୌରବ ଗୌରବ ହେଉ କି ପାଣ୍ଡଵ ପୌରୁଷ

ଶୋଇବାକୁ ହେବ ଏ ବିଳାସ କୁଞ୍ଜେ

ହୋଇ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy