ହିଡିମ୍ବା
ହିଡିମ୍ବା
ତୁଳସୀ ଚଉରା ପରି ମନେହେଉଥିବା
ପତ୍ନୀର କାଚ କାଚ ନୁହେଁ
ରକ୍ଷାକବଚ
ମଥାର ଧାରେ ସିନ୍ଦୂର ତା ନୀଳ ରଙ୍ଗର
ଆୟୁଷ ଅମୃତ କୁଣ୍ଡଳ
ମନ୍ଦିରର ନେତ ପରି
ଅଭୟଦାୟୀ ତା'ର ପଣତକାନି
ଖାଣ୍ଡବବନ ଦହନ ସେ ଦେଖିଛି ସେ
ଦେଖିଛି କୃଷ୍ଣା ବିବସନା
ତୃଷାର୍ତ୍ତ ହରିଣୀ ସଦୃଶ ଥରଥର ଅବୟବ
ତଥାପି ସେ ଦୃଢ଼ ମନା
ଦୃଢ଼ ତା'ର ବିଶ୍ୱାସ ଦୃଢ଼ ତା'ର ହାତଗଣ୍ଠି
ସ୍ୱାମୀ ଗୋଟାଏ ଅବୁଝା ସରଳାର୍ଥ
ସକ୍ଷମ ସେ ନାରୀ ଲକ୍ଷ୍ୟ ତା'ର ନେତ୍ର
ବୁଝାଇବାରେ ପ୍ରେମର ଅର୍ଥ
ଆପେ ଆପେ ଫିଟି ଯାଏ ଗୈରିକପଥ
ବାଣ୍ଟି ବାଣ୍ଟି ଝୁଲା ତା'ର ଭରେ
ଅଭିନବ ଜ୍ଞାନର ପ୍ରକାଶ
ଜନ୍ମରେ ନ ଥାଏ କୁଳ ଉଚ୍ଚ ଅବା ନୀଚ
କର୍ମ କୁହେ କିଏ ଉଚ୍ଚ କିଏ ନୀଚ
ପଙ୍କରୁ ପଦ୍ମର ଉନ୍ମେଷ ।
