STORYMIRROR

Krushnachandra Barik

Inspirational

4  

Krushnachandra Barik

Inspirational

ହିଡିମ୍ବା

ହିଡିମ୍ବା

1 min
318

ତୁଳସୀ ଚଉରା ପରି ମନେହେଉଥିବା

ପତ୍ନୀର କାଚ କାଚ ନୁହେଁ

ରକ୍ଷାକବଚ

ମଥାର ଧାରେ ସିନ୍ଦୂର ତା ନୀଳ ରଙ୍ଗର

ଆୟୁଷ ଅମୃତ କୁଣ୍ଡଳ

ମନ୍ଦିରର ନେତ ପରି

ଅଭୟଦାୟୀ ତା'ର ପଣତକାନି


ଖାଣ୍ଡବବନ ଦହନ ସେ ଦେଖିଛି ସେ 

ଦେଖିଛି କୃଷ୍ଣା ବିବସନା

ତୃଷାର୍ତ୍ତ ହରିଣୀ ସଦୃଶ ଥରଥର ଅବୟବ

ତଥାପି ସେ ଦୃଢ଼ ମନା


ଦୃଢ଼ ତା'ର ବିଶ୍ୱାସ ଦୃଢ଼ ତା'ର ହାତଗଣ୍ଠି

ସ୍ୱାମୀ ଗୋଟାଏ ଅବୁଝା ସରଳାର୍ଥ

ସକ୍ଷମ ସେ ନାରୀ ଲକ୍ଷ୍ୟ ତା'ର ନେତ୍ର

ବୁଝାଇବାରେ ପ୍ରେମର ଅର୍ଥ


ଆପେ ଆପେ ଫିଟି ଯାଏ ଗୈରିକପଥ

ବାଣ୍ଟି ବାଣ୍ଟି ଝୁଲା ତା'ର ଭରେ

ଅଭିନବ ଜ୍ଞାନର ପ୍ରକାଶ

ଜନ୍ମରେ ନ ଥାଏ କୁଳ ଉଚ୍ଚ ଅବା ନୀଚ

କର୍ମ କୁହେ କିଏ ଉଚ୍ଚ କିଏ ନୀଚ

ପଙ୍କରୁ ପଦ୍ମର ଉନ୍ମେଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational