STORYMIRROR

Krushnachandra Barik

Romance Classics

4  

Krushnachandra Barik

Romance Classics

ପ୍ରଜ୍ଞା

ପ୍ରଜ୍ଞା

1 min
269

ଗୋପର ଚନ୍ଦ୍ରମା ବୃଷଭାନୁ ଜେମା

   ଶ୍ରୀକୃଷ୍ଣ ଅଙ୍କଶାୟିକା

ମୃଦୁ ମଦାଳସା ନାଗରୀଙ୍କ ହୀରା

   ଗୀତ ଗୋବିନ୍ଦ ମାଳିକା


ପ୍ରେମ ତରଙ୍ଗିଣୀ ସୁଧା ଭାଣ୍ଡ ଆଣି

   ପ୍ରେମ ଅର୍ଥ ପରଷନ୍ତି

ରାଧା କୃଷ୍ଣ ପ୍ରେମ ଚିରନ୍ତନ ସତ୍ୟ

    ବିରହ ନିଆଁର ତାତି


ବିରହ ନିଆଁ ଟି ପ୍ରେମ ସୁବର୍ଣ୍ଣକୁ

   ମାଜି ଘଷି ଦିଏ ଜ୍ୟୋତି

କଳୁଷ ନ ଥାଏ ସେହି ପ୍ରେମେ ସହୀ

   ଆ ଯିବା ଆମେ ଲୋ ମାତି


ଦୈହିକ ସମ୍ପର୍କ କ୍ଷଣସ୍ଥାୟୀ ଧନ

   ମନର ମିଳନ ଚିର

ଭାବ ଭକ୍ତି ପ୍ରେମ ଦିଆ ନିଆ ହେବା

   ମରଣ ହୋଇବ ଦୂର ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance