STORYMIRROR

Bikesh Sahu

Inspirational

3  

Bikesh Sahu

Inspirational

ମୃତ୍ୟୁ ମାଗୁଛି ତୋତେ

ମୃତ୍ୟୁ ମାଗୁଛି ତୋତେ

1 min
6.6K


ଜନ୍ମଦେଲୁ ସିନା ଏଇ ଦୁନିଆରେ

ମଣିଷଟେ କରି ମୋତେ

ବଞ୍ଚିବାକୁ ହେଲେ ଏଇ ଦୁନିଆରେ

ସଂଘର୍ଷ ଏଠି କେତେ

ଧନ,ଜନ,ମାନ ଆଉ ସମ୍ମାନ

ମାଗୁନିରେ ଆଜି ଯେତେ

ଦେବା ପାଇଁ ଯଦି ଚାହୁଁଛୁ ତୁ ଆଜି

ମୃତ୍ୟୁ ମାଗୁଛି ତୋତେ....।


ଢାଙ୍କିବାକୁ ଦେହ ଦି'ହାତ ଲୁଗାଟେ

ରହିବାକୁ ଛାତଟିଏ

ମନର ଦରଦ କହିବାକୁ ଯଦି

ବନ୍ଧୁଟିଏ ନାହିଁ ସାଥେ

ଖଣ୍ଡୁଆ ପାଟ କି ରାଜ ଉଆସଟେ

ମଗୁନିରେ ଆଜି ତୋତେ

ଦେବା ପାଇଁ ଯଦି ଚାହୁଁଛୁ ତୁ ଆଜି

ମୃତ୍ୟୁ ମାଗୁଛି ତୋତେ....।


Rate this content
Log in

Similar oriya poem from Inspirational