ଅମୃତ ମୟ ଉତ୍କଳ (୧)
ଅମୃତ ମୟ ଉତ୍କଳ (୧)
ଉତ୍କଳ ଭାରତୀ ସୁଧାମୟ ସୃଷ୍ଟି ପବିତ୍ର ୟେ ଦେବ ଭୁଇଁ
ୟା କୋଳ ମଣ୍ଡନ ଅମୃତ ସନ୍ତାନ ସୁର ବୀର ବୀରାନାରୀ ।
ଅମୃତ ସମାନ ନିର୍ଝରୁ ଜୀବନ ହେଉଅଛି ପ୍ରବାହିତ
ମହାନଦୀ,ଦୟା, ଭାର୍ଗବୀ, ତରଙ୍ଗୁ ନାଦ-ସୁଧା ଯେ ଆନିତ ।
ଗିରି ଗୁହା ଜଳପ୍ରପାତ ଅମୃତ ପିପାସା ମେଣ୍ଟାଇ ଦିଏ
କପିଳାସ ଗିରି ଚନ୍ଦ୍ରଶେଖର ଙ୍କ ପଦାମୃତେ ଶ୍ରବିଯାଏ ।
ଖଣ୍ଡଗିରି ଗୁହା ଧଉଳି ପାହାଡ (କହେ) ସୁଧାମୟ ଇତିହାସ
କଳିଙ୍ଗ ବୀରର ବୀରତ୍ଵ ବୈଭବ ଉତ୍କଳ କଳା ଭାସ୍କର୍ଯ୍ୟ ।
ବିଶ୍ଵ ରେ ବିଦିତ କୋଣାରକ ର ୟେ ହସ୍ତ କଳା କାରୁକାର୍ଯ୍ୟ
ପଥର କୁହଇ କଥା କି ଜୀବନ୍ତ ଅପରୂପ ସଉନ୍ଦର୍ଯ୍ୟ ।
ମନ୍ଦିର ମାଳିନୀ ଏକାମ୍ର ଅମୃତ କ୍ଷେତ୍ରେ ସ୍ଵୟଂ ଲିଙ୍ଗରାଜ
ବିନ୍ଦୁସାଗର ରୁ ଅନୀଳ ପ୍ରବାହେ ଉଡଇ ତାଙ୍କର ଧ୍ଵଜ ।
ଚିଲିକା ଅଂଶୁପା ଦୁଇ ଭଉଣୀ ଙ୍କ ଅମୃତ ମୟ ଚିତ୍ର ରେ
ସ୍ତମ୍ଭିଭୂତେ ଚିତ୍ର ପ୍ରାୟ ଉଦ୍ଭାସଇ ପରି-ବ୍ରାଜକ ନେତ୍ରରେ ।
ବିହଙ୍ଗ ମାଳିକା ଚିଲିକା ଉତ୍କଳ କମଳା ବିଳାସ କକ୍ଷ
ନୀଳାମ୍ବୁ ପୁରିତ ଉତ୍କଳ ର ରତ୍ନ ଭଣ୍ଡାର ଚିଲିକା ବକ୍ଷ ।
ଅନେକ ସ୍ମୃତି ର ସଉଧ ମାଳିନୀ ନଭଶ୍ଚୁମ୍ଵି ଯାର ଶିରୀ
ଧରଣୀ “ଅମୃତ ଉତ୍କଳ ଗୌରବ” ଦିଶେ ପଦ୍ମଫୁଲ ପରି ।
