Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଅମୃତ ମୟ ଉତ୍କଳ (୨)

ଅମୃତ ମୟ ଉତ୍କଳ (୨)

1 min
199



ଉତ୍କଳ ଅମୃତ ପ୍ରଭୁ ଜଗନ୍ନାଥ ନିଖିଳ ଭୁବନ ସ୍ଵାମୀ

ଓଡିଆ ଜାତିର ଜାତିକର୍ଣ୍ଣଧାର ଅନ୍ତରର ଅନ୍ତର୍ଯ୍ୟାମୀ

ପୂଣ୍ୟ ମହୋଦଧି କୂଳେ କଳ୍ପବଟ ବିଚିତ୍ର ରୂପ ମାଧୁରୀ

ନୀଳଗରି ଚୁଳେ ନୀଳଚକ୍ରେ ଦୋଳେ ପବନେ ନେତ ତାଙ୍କରି ।


ରାଧାରାଣୀସଙ୍ଗେ ସାକ୍ଷୀଗୋପାଳରେ ବିଜେନିଜେ ଗୋପୀନାଥ

ବନ ବିଦ୍ୟାଳୟ ବକୁଳ ବନ ରୁ ଝରିଯାଏ ଜ୍ଞାନାମୃତ

ସୁଆଣ୍ଡୋ ଗାଆଁ ର ବ୍ରାହ୍ମଣ ପିଲାସେ ସ୍ଵରାଜ୍ୟ ପଥର ଗାଡ

ଲଭି କାରାଦଣ୍ଡ ପୂର୍ଣ୍ଣକରିଅଛି ପକାଇ ତା ମାଂସ ହାଡ଼ ।


ଏ ଜାତିର ପୁଅ ମଧୁବାରିଷ୍ଟର କାଳିଆ ଘୋଡା ସହିତ

ଉତ୍କଳ ଗୌରବ ମଧୁସୂଦନ ହେ ପ୍ରାତଃସ୍ମର ମହାପୁରୁଷ

ଫକିର ମୋହନ ଭାଷା ସାହିତ୍ୟର ଅଦ୍ୱିତୀୟ ଚୂଡାମଣି

ରଙ୍ଗାକବି ଗଙ୍ଗାଧର ଏ ଜାତିର ଅମୃତ ପ୍ରବାହ ଖଣି ।


କବି ଜୟଦେବ ଜଗନ୍ନାଥ ଦାସ ଭକ୍ତ କବି ମଧୁ ରାଓ

ଅତିବ ପ୍ରାଚୀନ କାଳ ଭାସ୍କର୍ଯ୍ୟ କୁ ଭାଷା ଯାର ମଧୁମୟ 

କୀରତି ମଣ୍ଡିତ ଯୋଛନା ବିଧୌତ ପୁଣ୍ୟ ଅମୃତ ମୟ

ଜନନୀ ଉତ୍କଳ ଉତ୍କର୍ଷ ବିଶ୍ଵର ମହାନ ସେ ମହନୀୟ ।


ଯା ସ୍ମୃତି ସଉଧର ଆକାଶ କୁ ଛୁଏଁ ପୂଣ୍ୟମୟ ପୂଣ୍ୟଶିରୀ

ଭାରତେ ଉତ୍କଳ ଅମୃତ ଉତ୍ପଳ ସୁଦ୍ଧ ସୁବର୍ଣ୍ଣ ର କଳୀ ।

                             “କ୍ରମଶଃ”



Rate this content
Log in

Similar oriya poem from Inspirational