STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ନିଧନ ଶଙ୍ଖାଳି

ନିଧନ ଶଙ୍ଖାଳି

1 min
161


ନିଧନ ଶଙ୍ଖାଳି ମୋର

ଦରିଦ୍ର ପସରା ତୁ ତୋ

ମୋ ନୟନର ତାରା

ତୋତେ ନ ଦେଖି

ବଞ୍ଚିବିକି କହ ଏ

 ଜୀବନ ସାରା

ତୁ ମୋ ପାଇଁ

ପୁଣ୍ୟ ତୋୟାର

ସରାଗ ଉଛୁଳା ଧାରା

ତୋତେ ନ ଦେଖି

ସମ୍ଭାଳୁନି ଆଖି

ବୋହି ଯାଉଛି

  ଅଶ୍ରୁଧାରା

ତୁ ମୋ ହୃଦୟର

  କମ୍ପନ ପରା

ଥରୁ ଟିଏ ତୋତେ

ଦେଖି ଦେଲେ ଧନ

ହୋଇଯିବ ପବିତ୍ର

  ମୋହରି କାୟା

ମୁଁ ପରା ନିରିମାଖି

ଜନନୀ ତୋ ତୁ ମୋ

 ହୃଦ ରତ୍ନହରା

ଝୁରୁଛି ମନ ମୋ

ଆସିଲେ ବାବୁରେ

ହସି ଖେଳି ବୁଲି

ମୋ ଆଗରେ ଥାନ୍ତୁରହି

ତୁହି ମୋ ନୟନ ପିତୁଳା

ତୋ ବିନୁ କାନ୍ଦେ ଆଜି

ଏ ଘର ବିଲ ବନ ବାଡି

ତୁଳସୀ ଚଉଁରା

ଫେରି ଆସେ ଧନ 

ତୋ ପାଇ ମଣିବି

ନିଜକୁ ଯେପରି

ହାତରେ ପାଇଛି

ଆକାଶର ଜହ୍ନ ତରା

ତୁ ମୋ ପ୍ରୀତି ପସରା

ଆରେ ମୋ ଦୁଃଖ ପାସୋରା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational