STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ମୃତ୍ୟୁ ବନ୍ଧୁ ପରି ବନ୍ଧୁ -ରୀତା

ମୃତ୍ୟୁ ବନ୍ଧୁ ପରି ବନ୍ଧୁ -ରୀତା

1 min
366

ଜନ୍ମର ହାତ ଧରି ସେ ଆସିଥାଏ

ମୃତ୍ୟୁ । ହେଲେ ଗୋଟିଏ ଶିଶୁ ଟି ଜନ୍ମ ହେଲେ

ଯେଉଁ ଆନନ୍ଦ

କିଏ ଚାଲିଗଲେ ମଣିଷ ର ଲୁହ ଗଦେଇବା ସରେନି

ଆତ୍ମୀୟ ସ୍ୱଜନଙ୍କର

ହେଲେ ମୁଁ ଭୟ କରେନି କେବେବି

ଅନେକ ଦିନ ରୁ ତା ସହ ବନ୍ଧୁ ବସିଛୁ

ମୁଁ ବି ଅୟୁତ ଯୁଗରୁ

ମୃତ୍ୟୁ ର ଅପେକ୍ଷା ରେ

ହେଲେ ଭଲ ବନ୍ଧୁ ସାଜି ଆସୁନି

ମୋ ଘରକୁ

ଅପେକ୍ଷା କରି କରି ଆଖି ମୋର ଥକିଗଲlଣି

ଵବାଡି ର କେଳି କୁସୁମ ଫୁଟିଗଲାଣି

ଡ୍ରଇଂ ରୁମ ର ନୂଆ ସଫା ସବୁ ତୁମ ସ୍ବାଗତ ରେ ପ୍ରସ୍ତୁତ

ଲାଲ ଗୋଲାପ ନହେଲେ ନାହିଁ

ମୁଁ କାଗଜ ଫୁଲ ରେ କାମ ଚଲେଇ ଦେବି

ମୃତ୍ୟୁ ମୋର ପ୍ରିୟ ବନ୍ଧୁ ଆସ

ସେ ଦୁନିଆ ର ନୂଆ ସ୍ୱପ୍ନ ମତେ ବିଭୋର କଲାଣି



Rate this content
Log in

Similar oriya poem from Abstract