ମର୍ତ୍ତ୍ୟ
ମର୍ତ୍ତ୍ୟ
ଛିଣ୍ଡା ମୋ ପଣତ କାନି ଶୁଖି ଯାଇଛି
ତତେ ଦେଖି ଦେଖି ରେ ଚକା ଆଖି
ଶିରରୁ ମସ୍ତକ ସ୍ବର୍ଗ ପୁର ପରି
ଶିରରୁ କମର ମର୍ତ୍ତ୍ୟ।
କମରୁ ପାଦୁକା ପାତାଳ ସମାନ
ଗଢିଛୁ ଏପରି କାଳିଆ ଧନ ।
ସବୁ ଧର୍ମ ସ୍ୱର୍ଗେ ସ୍ଥାପନ କରିଛୁ
କିଛି ପାପ ମର୍ତ୍ତ୍ୟ ପୁରେ
କିଛି ଜପ ତପ ପାତାଳେ ରଖିଛୁ
ଫୁଟିଛି ପଦ କମଳେ ।
ସତ୍ୟ , ଧର୍ମ ନ୍ୟାୟ ସଂସାରେ ରଖିଛୁ
ବାଟବଣା କେତେ ଜୀବନେ ଛାଡିଛୁ
ତୋ ଭାବ ବନ୍ଧନ ବୁଝେନା ନନ୍ଦନ
ଲୁଚକାଳି ଖେଳୁ ମୋ ହୃଦ ଚନ୍ଦନ ।
ମାଟି କଳସରେ ଗଢା ଏ ଜୀବନ ।
ନ ଦେଖିଲେ ତତେ ହୁଏ ଆନମନା ।
ନଟିଆ ତୁ ନଟ ନାଗର
ଦେଖି ଲିଳା ଖେଳା ହେଲି ଅଧିର
ଭକ୍ତ ର ଭାବକୁ ବୁଝି ପାରୁ ବୋଲି
ତୁ ପରା ଭାବ ବିନୋଦିଆ
ଦାସିଆ ମନକୁ ବୁଝିଗଲୁ ବୋଲି
ନେଲୁ ତା ହାତୁ ନଡ଼ିଆ।
ସୟନ ,ସପନ ସବୁ ତୋ ହାତରେ
ରଙ୍ଗ ରୂପ ତୋର ସତେ ବଢ଼ିଆ
ଆହା ମୋର କଳା ସାଆନ୍ତିଆ।