Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational

4.5  

Pranati Panda

Inspirational

ମର୍ତ୍ତେ ବିରାଜିତ ମା ସିଂହବାହିନୀ

ମର୍ତ୍ତେ ବିରାଜିତ ମା ସିଂହବାହିନୀ

1 min
369



ମର୍ତ୍ତେ ବିରାଜିତ ମା ସିଂହବାହିନୀ

ଚୈତ୍ରେ ଅପରୂପ ଆଭା,

ବିସ୍ତାରିଛ ମା' ଗୋ ଭୂମିରୁ ଆକାଶ

ଦିଶ କେଡ଼େ ମନଲୋଭା।


ଟଗର, ମନ୍ଦାର ,ଚମ୍ପା ,କନିଅର 

ସୁଗନ୍ଧେ ବହେ ପବନ,

ମୃଣ୍ମୟୀ ମୂରତି ପୂଜା ଆସ୍ଥାନଟି

ଦିଶେ କେଡ଼େ ଶୋଭାବନ ।


ମା 'ଗୋ ଦଶଭୂଜା ପାଉଛନ୍ତି ପୂଜା

ଚଇତି ନବ ରାତ୍ରରେ,

ମସ୍ତକେ ସିନ୍ଦୂର ଲାଲ ଟୋପା ମା'ର

ଶୋଭେ ଅଷ୍ଟ ଅଳଙ୍କାରେ ।


ରକ୍ତ ଜବା ହାର ଦିଶେ ମନୋହର

ପୂଜା ପାଉ ମଣ୍ଡପରେ ,

ଝୁଣା, ଧୂପ, ଦୀପେ, ଭକତେ ପୁଜନ୍ତି 

ଶ୍ରଦ୍ଧା ଫୁଲ ନୈବେଦ୍ୟରେ ।


ଗହ ଗହ ନାଦେ ବେଦ ଧ୍ୱନି ଶଦ୍ଦେ 

ମଣ୍ଡପ ପଡ଼େ ଉଛୁଳି ,

ଅର୍ଘ୍ୟ ଅରପଣେ ଦିଅନ୍ତି ସଭିଏଁ 

ହରିବୋଲ ହୁଳହୁଳି ।


ଲାବଣ୍ୟର ଆଭା ମୁଖ ପଦ୍ମ ଶୋଭା

ଝରିପଡେ ମୁକ୍ତାଝରା,

ଅପରୂପ ସେହି କରୁଣା କିରଣେ

ମାତା ଦିଶେ କେଡ଼େ ତୋରା।


ମହିଷାମର୍ଦିନୀ , ଦୁର୍ଗତନାଶିନୀ

ମାଆ ଗିରିଜା ନନ୍ଦିନୀ,

ଅଭୟ ମୁଦ୍ରାରେ ମର୍ତ୍ତେ ବିରାଜିତ

ମାଆ ଗୋ, ସିଂହବାହିନୀ।


ମସ୍ତକ ନୁଆଁଇ ଭକତ ମାଗଇ 

ମା' ଗୋ ତୋ' ଶୁଭ ଆଶିଷ,

ତୋ କରୁଣା ଧାରା ଢାଳିଦେବୁ ପରା

ଭକ୍ତ ମନ କରି ତୋଷ।


କୋଟି ଦଣ୍ଡବତ ତୋ ଚରଣେ ମା'ତ

ଆଦ୍ୟାଶକ୍ତି ଦଶଭୂଜା,

ଚଇତ୍ର ମାସରେ ଭକ୍ତଙ୍କ ମେଳରେ 

ଯୁଗେ ଯୁଗେ ପାଅ ପୂଜା।


   


Rate this content
Log in

Similar oriya poem from Inspirational