Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Inspirational

4  

Alekha Pasad Moharana

Inspirational

ମରଣର ପରାଜୟ

ମରଣର ପରାଜୟ

1 min
190


କୋଲପ ପଡିଛି ସାରା ଭାରତରେ

କୋରନା ଭୁତାଣୁ ପାଇଁ

ସର୍ବେ ଆତଙ୍କିତ ବଂଚିବା ଦାୟରେ

ଚିତ୍କାରନ୍ତି ତ୍ରାହି ତ୍ରାହି ।


ଶୂନ୍ୟତା ଭରିଛି ବିଶ୍ୱ ଦରବାରେ

ଜୀବନ ପଡିଛି ଫିକା

ଦୂରତା ନରଖି ଚଳିଲେ ମାନବ

ବଂଚିବା ବଢିବା ଫାଙ୍କା ।


ମୃତ୍ୟୁ ଅଧିଶ୍ବର ସଦା ତତପର

ଆଦେଶନ୍ତି ଯମ ଦୂତ

ଯାଅ ଦୂତଗଣ ଅତି ତତକ୍ଷଣ

ଭ୍ରମିଵ ସାରା ମରତ ।


ଯେଉଁଠି ଦେଖିବ ଧରାବାସୀଗଣ

ଅସଦଚାରରେ ଲିପ୍ତ

ଅନୁଶାସନର ଧାର ଧାରନ୍ତିନି

ଆତ୍ମ ସ୍ୱାର୍ଥେ ହୋଇ ରତ ।


ନକରିଣ ଦୀର୍ଘ ବାନ୍ଧିଆଣି ଶୀଘ୍ର

ଫିଙ୍ଗିଦେଵ ଯମାଳୟେ

ନରକ ଯାତନା କଷ୍ଟ ବିଡମ୍ବନା

ଭୁଞ୍ଜଇବ କର୍ମ ମୋହେ ।


ମାନବ ଜୀବନ ଲଭିଣ ମରତେ

ଅପକର୍ମେ ସଦା ଲିପ୍ତ

ଧରମ ନିୟମ ଉଲଂଘନ୍ତି ସଦା

ଅସତ୍ୟେ ହୁଅନ୍ତି ରତ ।


ସମାଜ ସଂସ୍କୃତି ନୀତି କାନ୍ତି ରୀତି

ଭୁଲନ୍ତି ମାୟାରେ ପଡି

ଚରିତ୍ର ଚଳଣି ଆଦର୍ଶଙ୍କ ବାଣୀ

ଭ୍ରମରେ ଯାଆନ୍ତି ହୁଡ଼ି ।


ବେଳ ଥାଉ ବଂଧ ବାନ୍ଧରେ ମନୁଆ

ସମୟ ଦେଲାଣି ଡାକ

ସତ୍ୟ ଧର୍ମ ନ୍ୟାୟ ପାଳିଲେ ଜୀବନେ

କେବେ ବୁଡିବନି ଭେକ ।


ପୀୟୂଷ ଝରିବ ସରଗ ଧାମରୁ

ଦେବା ଦେବୀ ହେବେ ପ୍ରୀତ

ଦିବ୍ୟ ସନ୍ଧାନ ମିଳିବରେ ନିଶ୍ଚେ

ଜରା ବ୍ୟାଧି ହେବ ଲୁପ୍ତ ।


ଅନେକ ଭୁତାଣୁ ହୋଇଯିବେ ସ୍ଥାଣୁ

ନଥିବ କରୋନା ଭୟ

ରୋଗକୁ ଏଡାଇ ଚାଲିବୁରେ ତୁହି

ମରଣର ପରାଜୟ ।


Rate this content
Log in

Similar oriya poem from Inspirational