Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouranga Patel

Inspirational

3.6  

Gouranga Patel

Inspirational

ଗୁରୁ

ଗୁରୁ

1 min
162



ଗୁରୁ, ଭକ୍ତିର ଏକ ରୂପରେଖ

ଗୁରୁ, ଏକ ବିଶାଳ ବ୍ୟକ୍ତିତ୍ଵ

ଗୁରୁ ଶିଷ୍ୟ ପରମ୍ପରାର ଦାୟାଦ

ଶିକ୍ଷାୟତନରେ ମଣିଷ ଗଢିବାର ଏକ ବର୍ଗ

ଜିମ୍ମା ନେଇଥିବା ସେଇ

ସମାଜର ଏକ ନିଃସ୍ଵାର୍ଥପର ଗୋଷ୍ଠୀ

ଧନୀ ଗରିବ, ଭିନ୍ନ ଭିନ୍ନ ପରିବେଶର ଘଣ୍ଟାସଂଟା 

ଅପ୍ରସ୍ପୁଟିତ କଢ଼ି ଗୁଡ଼ା

ବାପା ମା ସମର୍ପି ଦିଅନ୍ତି 

ଅଲିଅଳକୁ ସୁମଣିଷଟେ କରିବା ପାଇଁ

ଲାଗି ଲାଗି ବର୍ଷସାରା ଗୁରୁଜନ ମାନେ

ପ୍ରତିଟି ଶିଷ୍ୟ ଶିଷ୍ୟାଙ୍କ ଭିତରେ ଶିକ୍ଷାର ପ୍ରାଙ୍ଗଣେ

ଶିକ୍ଷା ଦିକ୍ଷା ସାଥେ

ଭଲମନ୍ଦ, ଠିକ୍ ଭୂଲ୍ ଜାଣିବା ସକାଶେ

ମାର୍ଜିତ ଭାବନାର କରନ୍ତି ଉଦ୍ରେକ 

ଏହି ମୂଳଦୁଆ ସମସ୍ତଙ୍କ ଗଢେ ଭବିଷ୍ୟତ ।


ସେଥିପାଇଁ ତ ଗୁରୁ ତଥା ଆଜ୍ଞା କହିଲେ

ସଦା ମୁଣ୍ଡ ନଇଯାଏ

ଯାହା ଗୁରୁ କହିଥିବେ ତାହା ସିରୋଧାର୍ଯ୍ୟ

ବାପା ମା ଯିଏ ଯାହା ବ୍ୟାକ୍ଷା କରନ୍ତୁ ପଛକେ

ଗୁରୁଙ୍କ କହିଥିବା କଥା ହିଁ ଠିକ

ଗୁରୁ ନମସ୍ୟ, ଗୁରୁ ଆତ୍ମୀୟ 

ଗୁରୁ ସାହସ, ଗୁରୁ ସର୍ବଗୁଣ ସମ୍ପନ୍ନ

ପୁଣି ସ୍ନେହ ବତ୍ସଳ

ଶିଷ୍ୟର ଉନ୍ନତି ପାଇଁ ଗୁରୁ ପୂର୍ଣତଃ ଚେଷ୍ଟିତ

ଭକ୍ତପାଇଁ ଭଗବାନ ଯଥା, ଶିଷ୍ୟପାଇଁ ଗୁରୁ ହିଁ ପ୍ରତୀକ

ଗୁରୁଲାଗି ଶିଷ୍ୟ ସଦା ଧ୍ୟାଏ ମନ ପ୍ରାଣେ

ଧନ୍ୟ ଗୁରୁକୂଳ, ସତ ସତ ପ୍ରଣିପାତ ତୁମ୍ଭ ଶ୍ରୀ ଚରଣେ ।


Rate this content
Log in

Similar oriya poem from Inspirational