STORYMIRROR

Samita Swain

Inspirational

3  

Samita Swain

Inspirational

ପ୍ରଭୁ କରୁଣା

ପ୍ରଭୁ କରୁଣା

1 min
243


ମାବବ ଜନମ ଜଗତେ 

   ଶ୍ରେଷ୍ଠ ପରା ଅଟଇ 

ଦୁଃଖ ସୁଖ ଭୋଗ କରଇ

    କର୍ମଫଳକୁ ନେଇ ।।


ଜଗତରେ ଭରି ରହିଛି 

  ଜାଗତିକ ପଦାର୍ଥ 

ସତ୍ତା ତାର କିଛି ନଥାଏ 

   ସବୁ ଲାଗଇ ତୁଚ୍ଛ।।


ଭ୍ରମି ଭ୍ରମି ମନ ଫେରଇ

   ପାଏ ନାହିଁ ଠିକଣା 

ଏକ ମାତ୍ର ଶାନ୍ତି ମିଳଇ 

   ଥିଲେ ପ୍ରଭୁ କରୁଣା।।


କି' ମଧୁର କେଡେ ସୁନ୍ଦର 

   ଦିବ୍ୟ ରୂପ ମାଧୁରୀ

ଦର୍ଶନ ଲଭିଲ ସତେ'କି

    ମନ ଯାଅଇ ପୁରି।।


ଅନ୍ତର୍ଯ୍ୟାମୀ ସେ'ତ ଜାଣିଛି 

   ଅନ୍ତରର ବେଦନା 

କୃପା ଥିଲେ ତାର ପୁରଣ 

   ହୁଏ ମନ ସ୍କାମନା।।


ସୁକୃତ ବଳରୁ ସାନିଧ୍ଯ  

  ଲାଭ ଜୀବନେ ହୁଏ 

ଜନ୍ମ ଜନ୍ମାନ୍ତରୁ ମୁକତି 

  କେବଳ ସେଇ ପାଏ।।


ଅପରାଧ ମୋର କ୍ଷମିବ

   ଆହେ ଦୟା ସାଗର 

ଏ କ୍ଷୁଦ୍ର ଜୀବନ ଦୀପଟି

   ଲିଭି ଯାଉ ସତ୍ତ୍ବର।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational