Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଧନରେ

ଧନରେ

1 min
226



ମାଆ ମାଆ ହୃଦେ ସ୍ମରି

  ଧନ ରେ ଘରୁ ଯେବେ ବହାରିବୁ

ଯେତେ ବାଧା ଆସୁ 

   ତୋ ଚଲା ପଥରେ

କେବେହେଁ ତୁ ନ ଡରିବୁ

 ସେପରା ଜନନୀ ଅଭୟ ଦାୟିନୀ

   ତା ପଦେ ଚିତ୍ତ ରଖିବୁ।

ଧନ ରେ !


କନକ ପୁରରେ ମାଆ ଶାରଳା ସେ

  ଦେବେ ସେ କରୁଣା ଦୃଷ୍ଟି

କାକଟ ପୁରରେ ମାଆ ମଙ୍ଗଳା ସେ

   ହରିବ ସବୁ ଅରିଷ୍ଟି

କଟକ ଚଣ୍ଡୀ ମା ସବୁ ପାପ ଖଣ୍ଡି

  କେବେ ତାଙ୍କୁ ନ ଭୂଲିବୁ।

    ଧନ ରେ !


ଶ୍ରୀ କ୍ଷେତ୍ର ବିମଳା ମାଆ ତୋର ସଦା

   ବିମଳ କରିବେ ପ୍ରାଣ

ତାଳଚେର ମାଆ ହିଙ୍ଗୁଳା ଜାଣିଥା

   ଦୁଃଖେ ହେବେ ସାହା ଜାଣ

ଯାଜପୁର ଧାମ ବିରଜା ମାଆଙ୍କୁ

  ହୃଦେ ସଦା ସୁମରିବୁ।

  ଧନ ରେ !


କୋଣାର୍କ ଧାମ ର ରାମ ଚଣ୍ଡୀ ନାମେ

  ବାନ୍ଧିବୁ ଜୀବନ ଭେଳା

ବାଙ୍କୀ ର ଚର୍ଚ୍ଚିକା ନାମ କୁ ଧନ ରେ

  କଣ୍ଠେ କରିଥିବୁ ମାଳ।

ଚିଲିକାରେ କାଳିଜାଇ ନାମେ ଧନ

  ଭକ୍ତି ରେ ମଥା ନୋଇଁବୁ।


   ଧନ ରେ !

    



Rate this content
Log in

Similar oriya poem from Inspirational