STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ମରମ କଥାକୁ ବୁଝିବା

ମରମ କଥାକୁ ବୁଝିବା

1 min
379

ନିଶ୍ୱାସ ଛାଡିଲେ ଡର ଲାଗେ ଏଠି   

ଝଡ଼ ବତାସ କି ଆସିବ

କଥା କହିବାକୁ ଡର ଲାଗେ ଏଠି

କଥାରେ କି ବୋମା ଫୁଟିବ,


ହସିଦେବି ଯଦି ଥରେ ମନଖୋଲି

ଦୁନିଆଁ ଟା ଦେଖି ଜଳିବ

କାନ୍ଦିବ ଯଦି ଏଇ ଦୁନିଆଁ ରେ

ଦୁନିଆଁ ଖୁସିରେ ନାଚିବ


ଦେଖିବ ଶୁଣିବ ଚୁପ ରହିବ

ପାଟିକୁ ଆୟତ୍ତ କରିବ

ତେବେ ଯାଇ ବନ୍ଧୁ ଏଇ ଦୁନିଆଁ ରେ

ଖୁସିରେ ବାସ କରିବ


ଏଇ ଦୁନିଆଁ ଟା ଅଜବ ଦୁନିଆଁ

ଏ କଥାକୁ ମନେ ରଖିବ

ପାଦେ ପାଦେ କଣ୍ଟା ବିଛେଇ ହୋଇଛି

ଦେଖି ଚାହିଁ ବାଟ ଚାଲିବ


ଏଇ କବିତା ର ମରମ କଥାକୁ

ବୁଝିବା ଲୋକ ହିଁ ବୁଝିବ

ଯିଏ ନ ବୁଝିଲା ସିଏ ଫସିଲା

କାନ୍ଦି କାନ୍ଦି ଖାଲି ମରିବ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational