STORYMIRROR

Sudhir Kumar Panda

Comedy

3  

Sudhir Kumar Panda

Comedy

ମର୍କଟ ବିଚାର

ମର୍କଟ ବିଚାର

1 min
11.9K

ମାଙ୍କଡ଼ ତିନି କରି ମସ୍ତାନି

ଏକାଠି ହୋଇ ବସି

ଭାବିଲେ ଆମେ ହୋଇବା କଥା

ଦେଖିଲେ ଯାହା ଆସି।

ଆମର ଯେଉଁ ତିନୋଟି ଭାଇ

ଦେଖିଲେ ଆମେ ଜାଣ

ମହାତ୍ମା ନାମେ ବୁଢାଟେ ଥିଲା

ଗାଆନ୍ତି ତାଙ୍କ ଗୁଣ।

ଗୋଟିଏ କାଳେ କହଇ ସଦା

ଖରାପ ଦେଖ ନାହିଁ

ଆର ଜଣକ ପାଟିକୁ ମୁଦେ

ଖରାପ କହ ନାହିଁ।

ତୃତୀୟ ଭାଇ ଦେଉଛି କହି

ଖରାପ ଶୁଣ ନାହିଁ

ଚକିତ ଆମେ ଜଣା କିପରି

ମାଙ୍କଡ଼ଗୁୁୁଡା ହୋଇ।

ମାଙ୍କଡ଼ ଆମେ ଚଞ୍ଚଳ ମତି

ଏତି ମଗଜ କାହିଁ

ଖତେଇ ହେବା ଡିଆଁ ମାରିବା

ଉସ୍ତାଦ ଆମେ ତହିଁ।

ମୁଣ୍ଡରେ ହାତ ଦେଇ କହଇ

ମଝି ମାଙ୍କଡ଼ ଭାଇ

ପାଖରେ ମୋର ବସିଛି ଦେଖ

କାନରେ ହାତ ଦେଇ।

ଚକଖଡିକୁ କାନେ ମାରିଲା

କାନ ହୁଅଇ ପୀଡା

କହି ତ ସିଏ ପାରୁନି ଜମା

ଔଷଧ ତାକୁ ଲୋଡା।

ଆର କଡର ଭାଇଟି ମୋର

ଦେଇଛି ପେଟେ ଗେଫି

ତେଲ ମସଲା ଅଧିକ ହେଲା

ପେଟ ତା ଦେଲା ଫାମ୍ପି।

ଓଟାର ଏଣେ ଆସୁଛି ବୋଲି

ପାଟିରେ ଦେଇ ହାତ

ବଇଦ ବାଟ ରହିଛି ଚାହିଁ

ବେଳ ହେଲାଣି ଗତ।

ମଣିଷ ଚିଜ ଲାଗନା ବୋଲି

କହିଲି ମୁହିଁ ଯେତେ

ମୋ କଥା କେହି ଶୁଣିଲେ ନାହିଁ

ଫଳ ଭୋଗନ୍ତି ଏତେ।

ଦେଖ ମୁଁ ଏବେ ବସିଛି ଏଠି

ମୁଣ୍ଡରେ ଦେଇ ହାତ

ଦେହ ଏହାଙ୍କ ସଜାଡି ହେଉ

ମାରିବି ଚାରି ଲାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Comedy