STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ମାଙ୍କଡଙ୍କ ଦାଦାଗିରି

ମାଙ୍କଡଙ୍କ ଦାଦାଗିରି

1 min
396


ରାମ୍‌ଭାଇ ଅବସ୍ଥା ପୁରା ସାଙ୍ଘାତିକ

   ପଡିଛି ରାସ୍ତାମଝିରେ,

ସାଇକେଲଟିଏ ବିଲରେ ପଡ଼ିଛି

   ଆଗଚକା ପୁଣି ଘୂରେ।

କୋଡିଏ ମାଙ୍କଡ ହରତାଳ କରି

   ରାସ୍ତା ରୋକ କରିଛନ୍ତି,

ବାଇକି କାଆର ଅଟୋ ସାଇକେଲ

   ସଭିଙ୍କୁ ସେ ଅଟକାନ୍ତି।

ରାମ୍‌ଭାଇ ସାଇକେଲ ଚକା କାହା

   ଦେହେ ବାଜିଛି କି ନାହିଁ,

ନିରୀହ ଲୋକର ଏ ଅବସ୍ଥା କଲେ

  ତଣ୍ଟିଆ ଚାପୁଡା ଦେଇ।

ଘଟଣା କ'ଣ ଦାଦାଗିରି କାହିଁ

   ମାଙ୍କଡ ମାନେ କରନ୍ତି,

ବୁଝିଲା ବେଳେକୁ ବିଭିନ୍ନ କାରଣ

   ୟା ପଛରେ ଲୁଚିଅଛି।

ସେ କାରଣ ହେଲା ମଣିଷ କାହିଁକି

  ଗଛଜଙ୍ଗଲ କାଟୁଛି,

ମାଙ୍କଡମାନେ ଯେ ବାସ ହରେଇକି

   ଗାଁ ସାହିରେ ବୁଲନ୍ତି।

ପେଟ ପୋଡ଼ିଗଲେ ଖାଇବାକୁ ଯଦି

   କାହା ବାରିଘରେ ପଶି,

ଜୀବ ରକ୍ଷା ପାଇଁ ଛିଣ୍ଡେଇ ପକାନ୍ତି

  ଲାଉ କି କଖାରୁ କଷି।,

ଆଉ ରକ୍ଷା ନାହିଁ ବାଟୁଳି ଖଡା କି

   ଢେଲା ପଥର ପ୍ରହାର,

ଟିଣା ବାଡ଼ିଆକୁ ଫଟକା ଫୁଟାନ୍ତି

    ଗାଆଁର ବାଳୁଙ୍ଗା ଦଳ।

 ମାଙ୍କଡଗୋଟିଏ ଗାଆଁରେ ଦେଖିଲେ

   କାମଧନ୍ଦା ସବୁ ଛାଡ଼ି,

ପିଲାଠାରୁ ବୁଢା ସଭିଏଁ ମାଙ୍କଡ

    ପଛରେ ଥାଆନ୍ତି ପଡ଼ି।

ତାଙ୍କ ପାଇଁ ନାହିଁ ଇନ୍ଦିରା ଆବାସ

    ନାହିଁ ତ ଆଧାର କାର୍ଡ,

ସରକାରୀ ଭତ୍ତା ଶିକ୍ଷା ଦୀକ୍ଷା ସେବା

    କିଛି ତ ନାହିଁ ତାଙ୍କର।

ଖରା ,ବର୍ଷା,ଶୀତ କାକର ସହିକି

    ଛୁଆଟି ପେଟରେ ଧରି,

ମାଆ ମାଙ୍କଡ଼ଟି ଗଛଡାଳେ ଥାଏ

   ଡିଆଁ କୁଦ ମାରିମାରି।

ତେଣୁ ଆଜି ଏହି ଶୁଭ ଅବସରେ‌

   ମାଙ୍କଡ ଆସି ମିଳିଲେ,

ରାସ୍ତାରୋକ କରି ରାମଭାଇଙ୍କର

   ନାକରା‌ ଅବସ୍ଥା କଲେ।

ଖାଲି ଏ ମାଙ୍କଡ ନୁହଁନ୍ତି ହେ ଭାଇ

   ବଣ୍ଯ ଜନ୍ତୁ ହାତୀ ପଲ,

ଗାଆଁ ଓ ସାହିରେ ପ୍ରବେଶ କଲେଣି

   ନଷ୍ଟ କରନ୍ତି ଫସଲ।

ମଣିଷଙ୍କୁ ଆଜି ସୁଧାରିବା ପାଇଁ

   ମାଙ୍କଡଙ୍କ ଦାଦାଗିରି,

ରାମଭାଇଟିକୁ ରାମଭକ୍ତ ମାନେ

   ଦେଲେ ଏ ଅବସ୍ଥା କରି।

ଆଗକୁ ଆସୁଛି ଦେଖିବା ପାଇଁକି

   ନୂଆ ନୂଆ ଦୃଶ୍ୟମାନ,

ମୁଁ ଏହା ଭାବୁଛି ଲୋକସଂଖ୍ୟା ବୃଦ୍ଧି

    ଏହାର ବୋଧେ କାରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy