ମରୀଚିକା
ମରୀଚିକା
ସଂସାର ରୂପକ ମାୟା
ମରୀଚିକା ପଛେ ଧାଇଁ
ସମୟ ଯାଉଛି ବିତି
ମୁକ୍ତି ପଥ ମିଳୁନାହିଁ।
ଧାଇଁବା ବିଫଳ ହୁଏ
ମରୁଯାତ୍ରୀ ପରି ସିନା
ଶେଷରେ ପଡିବ ଥକି
ହୋଇ ତୁମେ ଆନମନା।
ମାନବ ଜୀଵନ ଶ୍ରେଷ୍ଠ
ଅଟେ ସିନା ଦୁନିଆରେ
ମାୟାରେ ଆଛନ୍ନ ହୋଇ
ବଞ୍ଚ ନାହିଁ ଦୁନିଆରେ।
ସଂସାର ସାଗରେ ବୁଡି
ହେଉଥିବ ଟଳମଳ
ଉଦ୍ଧାରି ପାରିବେ ନାହଁ
ପରିଶେଷେ ଆଦିମୂଳ।
ସେଇଥି ପାଇଁକି ହରି
ନାମ ରୂପୀ ତରଣୀକୁ
ଆଦରି ନେବାକୁ ହେବ
ସମାଜରେ ମାନବକୁ।
ଆସ ଆସ ଭାଇମାନେ
ହରିନାମେ ମଜିଯିବା
ସଂସାର ସାଗରୁ ଆମେ
ମରୀଚିକା ଦୁରେଇବା।
ଶ୍ରୀକୃଷ୍ଣ ଗୋବିନ୍ଦ ହରି
ନାମ ଗାଇ ନାଚୁଥିବା
ଜଞ୍ଜାଳୁ ମୁକତି ଲଭି
ଵଇକୁଣ୍ଠ ଧାମ ଯିବା।
