STORYMIRROR

Dharitri Das

Inspirational Others

3  

Dharitri Das

Inspirational Others

ମରୀଚିକା

ମରୀଚିକା

1 min
271

ସଂସାର ରୂପକ ମାୟା

         ମରୀଚିକା ପଛେ ଧାଇଁ

ସମୟ ଯାଉଛି ବିତି

          ମୁକ୍ତି ପଥ ମିଳୁନାହିଁ।

ଧାଇଁବା ବିଫଳ ହୁଏ

          ମରୁଯାତ୍ରୀ ପରି ସିନା

ଶେଷରେ ପଡିବ ଥକି

          ହୋଇ ତୁମେ ଆନମନା।

ମାନବ ଜୀଵନ ଶ୍ରେଷ୍ଠ

           ଅଟେ ସିନା ଦୁନିଆରେ

ମାୟାରେ ଆଛନ୍ନ ହୋଇ

            ବଞ୍ଚ ନାହିଁ ଦୁନିଆରେ।

ସଂସାର ସାଗରେ ବୁଡି

            ହେଉଥିବ ଟଳମଳ

ଉଦ୍ଧାରି ପାରିବେ ନାହଁ

           ପରିଶେଷେ ଆଦିମୂଳ।

ସେଇଥି ପାଇଁକି ହରି

            ନାମ ରୂପୀ ତରଣୀକୁ

ଆଦରି ନେବାକୁ ହେବ

            ସମାଜରେ ମାନବକୁ।

ଆସ ଆସ ଭାଇମାନେ

            ହରିନାମେ ମଜିଯିବା

ସଂସାର ସାଗରୁ ଆମେ

           ମରୀଚିକା ଦୁରେଇବା।

ଶ୍ରୀକୃଷ୍ଣ ଗୋବିନ୍ଦ ହରି

            ନାମ ଗାଇ ନାଚୁଥିବା

ଜଞ୍ଜାଳୁ ମୁକତି ଲଭି

            ଵଇକୁଣ୍ଠ ଧାମ ଯିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational