STORYMIRROR

Kalandi pal

Inspirational

4  

Kalandi pal

Inspirational

ମୋତେ ନେଇଯା ପୁରୀ

ମୋତେ ନେଇଯା ପୁରୀ

1 min
178


ମୋତେ ନେଇ ଯାଆ ଥରେ ପୁରୀ

       ହେ ନୀଳାଚଳ ବିହାରୀ

ମୋତେ ନେଇ ଯାଆ ଥରେ ପୁରୀ ।


ଯିବି ଯିବି ମନେ କେତେ ମୁଁ ଭାବୁଛି

     ଲାଗୁନି ତୋହର ଡୋରି

ଭକତ ଗଣରେ ଗଣୁନୁ କି ମୋତେ

     ଗଲୁ କି ମନୁ ପାସୋରି

କିବା ଭଲ ମନ୍ଦ ବୁଝିବାକୁ ହେବ

    ଲକ୍ଷ୍ମୀ ମାତା ଦେବେ ଗାଳି

 ତୁମେ ସବୁ ଦୁଃଖ ଶୋକ ହାରି ।


ନୁହେଁ ମୁଁ ଦାସିଆ ତୋଳିଛି ଶ୍ରୀ ଫଳ

     ନେବକି ନାହିଁ ଜାଣେନି

ଏତେ ଦିନ ପରେ ଭେଟ ହେବ ତୋରେ

     ଖାଲି ହାତେ ତ ଯିବିନି

ଦେଖୁଛି ନୟନ ସବୁ ତୁମ ଦାନ

     କି ଦେଇ ତୋଷିବି ହରି

   ପ୍ରଭୁ, ନାମ ତୁମ ଦଇତାରୀ ।


ନୁହେଁ ମୁହିଁ କେଉଁ ବଗିଚାର ମାଳି

     ତୋଳିଛି ମୁଁ ଫୁଲ କଢି

ତୁଳସୀ ଦୟଣା ଚନ୍ଦନ କର୍ପୁର

      ରଖିଛି ମୁହିଁ ସଜାଡି

ନେଏରେ କାଳିଆ ଭିଡି ତୋର ଡୋରି

      ଚରଣେ କରେ ଗୁହାରି

ପ୍ରଭୁ, ନ ଯାଅ ମୋତେ ପାଶୋରି ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational