STORYMIRROR

Jayashree Maharana

Abstract

2  

Jayashree Maharana

Abstract

ମୋର ପ୍ରିୟ ଜନ୍ମଭୂମି

ମୋର ପ୍ରିୟ ଜନ୍ମଭୂମି

1 min
206

ସୁଜଳା ସୁଫଳା ଶସ୍ୟ ସବୁଜିମା

ମୋର ପ୍ରିୟ ଜନ୍ମଭୂମି

ଦେଖିନି ନେତ୍ରରେ ତା'ପରି ମାଆଟି

ସାରା ବିଶ୍ୱ ଭ୍ରମି ଭ୍ରମି


ଜାତି,ଧର୍ମ,ବର୍ଣ୍ଣ ରଖିନି ମନରେ

କରିନାହିଁ ଭେଦଭାବ

ସଭିଙ୍କୁ ସ୍ନେହରେ କୋଳେଇ ନେଇଛି

ଭରିଅଛି ସଦଭାବ


ଭାଷାରେ ଧର୍ମରେ ଗୀତରେ ନୃତ୍ୟରେ

ବିଭିନ୍ନତା ପରିଦୃଷ୍ଟ

ତଥାପି ଏକତା ଭରିଛି ହୃଦରେ

ହୋଇନାହୁଁ ପଥଭ୍ରଷ୍ଟ


ଚାଲିଚଳନ ଓ ଖାଦ୍ୟ ପାନୀୟରେ

ମନ ଆମ ଭିନ୍ନ ଭିନ୍ନ

ଭାରତ ମାଆର ସନ୍ତାନ ରୂପରେ

ଏକ ଆମ ମନ ପ୍ରାଣ


ପ୍ରଥା ପରମ୍ପରା ପୁରାଣ ସାହିତ୍ୟ

ଶିଖାଇଛି ଶାନ୍ତିମୈତ୍ରୀ

ଅଖଣ୍ଡ ଭାରତ ଆମର କାମନା

ମନେ ଉଭା ଜାତିପ୍ରୀତି


ମୁନୀଋଷିଙ୍କର ସାଧନା ନିମନ୍ତେ

ସାଜିଅଛି ମୁକ୍ତସ୍ଥାନ

ସଭ୍ୟତାର ଆଦ୍ୟ ରହସ୍ୟ ବୃତ୍ତାନ୍ତ

ସବୁକିଛି ମାଆ ଦାନ


ମିଳିମିଶି ସର୍ବେ ଶତ୍ରୁର ଆତଙ୍କ

ହଟାଉଛୁ ସାହସରେ

ନିର୍ଭୀକ ଜାତିର ସମ୍ମାନ ଅର୍ଜିଛୁ

ସାରାବିଶ୍ଵ ଦରବାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract