STORYMIRROR

Sandhya Rani Panigrahy

Inspirational

2  

Sandhya Rani Panigrahy

Inspirational

ମୋର ଭାବ ଓ ଶବ୍ଦ ମୋ ବନ୍ଧନ

ମୋର ଭାବ ଓ ଶବ୍ଦ ମୋ ବନ୍ଧନ

1 min
13.2K


ଏ ମୋର ଶବ୍ଦ ଗୁଡାକ ସବୁ ମୋ ଭଳିଆ

ମନ ତଳେ ବେଳେ ଅଙ୍କାବଙ୍କା ଭଲପାଇବା

ଅଚାନକ କୁଣିଆ ପରି ମନରେ ଆସନ୍ତି

ଦିନେ ଦି’ ଦିନ ଘର କରି ରହନ୍ତି

ବେଶି କିଛି ମୋ ଠାରୁ ଆଶା ନ ଥାଏ

କିଛି ବି ମାଗିବାରେ ନ ଯାଏ

ବହୁତ ଦିନ ରହିଗଲେ

ସାଜସଜ୍ଜାରେ ମନଦେଲେ

ଝଗଡା ହୁଏ ସଜାଇବାରେ

ମନ ଖୋଲି କଥା କହିବାରେ

ବାହାନା କରି କହିବାକୁ ଚାହେଁ

ନ ହେଲେ ଅଭିମାନରେ ରହେ

ଇସାରା ସବୁ ହଜିଯାଏ

ଆଉ କେଉଁ ଅଗଣା ଘରେ ଠିଆ ହୁଏ

ଅର୍ଥ ଅନର୍ଥ ସବୁ ଏକା ପରି

ମୋ ମନର ଗେହ୍ଲା ଝିଅ ପରୀ

ମୋ ସହ ଲଢେ

ମୋ ସହ ଗଡେ

ସବୁ ଦିନେ ଏପଟେ ଆସେ

ନ ହସିଲେ ମୋ ଉପରେ ରୁଷେ

କିଛି କଥା ଓଲଟା ବୁଝେ

କିଛି ଓଲେଇ ମିଛକୁ ଯୁଝେ

ଜଣେ ଜଣକୁ ଆରୋପ ପ୍ରତ୍ୟାରୋପର

କାହାଣୀ ଏ ନାଟକ ସତସତିକା ପ୍ରେମର

ଲୋଟିଯାଏ ମୋ ବାହୁର ବନ୍ଧନରେ

ଲୁଟାଇବାକୁ ଜୀବନ ଏ ଅପରାହ୍ନରେ

ଅଙ୍କିତ ଶବ୍ଦଗୁଡାକ ଏଥର ମର୍ମ ଭରିଲାଣି

ପିଲାରୁ ଏଥର ଏ ପ୍ରସଙ୍ଗ ହେଲାଣି

ଗଳ୍ପ ଲେଖିବାକୁ ଆଶାରେ ଏ ବରିଷ୍ଠ ଅଧିକାରୀ

ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଏ ସମଭାଗିଦାରୀ

କଳ୍ପନାର ଜାଲରେ ଛନ୍ଦି ଦେଇଛି

ମୋତେ କେବେ କଣ ମୁକ୍ତି ମିଳୁଛି??

ଉଡିଯା’ ଏଥର ମନ ପକ୍ଷୀ କେତେ ବୁଝାଉଛି

ଶବ୍ଦ ସବୁ ଧୀରେ ଏକଜୁଟ୍ ହୋଇ ମୋତେ ବାନ୍ଧୁଛି ।


Rate this content
Log in

Similar oriya poem from Inspirational