STORYMIRROR

Geetanjali Prusty

Inspirational

3  

Geetanjali Prusty

Inspirational

ମୋର ଅଙ୍ଗେ ଲିଭା କଥା

ମୋର ଅଙ୍ଗେ ଲିଭା କଥା

1 min
178


ଶ୍ରମିକଟିଏ ମୁଁ ଶ୍ରମିକଟିଏ

ଶ୍ରମର ସାଧକ ମଣିଷଟିଏ

ରାସ୍ତା ଘାଟ ଠାରୁ ନାଳ ନର୍ଦ୍ଦମା

ସବୁ କାମ ପାଇଁ ଲୋଡ଼ା ମୁଁ ହୁଏ

ଶ୍ରମିକଟିଏ ମୁଁ ଶ୍ରମିକଟିଏ ll


ପୋଲ ବନ୍ଧ ବଡ଼ କୋଠା ବଡ଼ ବଡ଼

ବିଦ୍ୟୁତ ଯୋଗାଣ ଅବା ତାର ବାଡ଼

ଜଳ ଯୋଗାଣ ବା କେନାଲ ଖନନ

ସବୁ କାମ ପାଇଁ ଖୋଜା ମୁଁ ହୁଏ

ଶ୍ରମିକଟିଏ ମୁଁ ଶ୍ରମିକଟିଏ ll


ଶ୍ରୀହୀନ ମୋହର ଭଙ୍ଗା କୁଡ଼ିଆ

ଖଟି ଖାଇବାତ ନିତି ଦିନିଆ

ଦୁଃଖରେ ଥିଲେ ବି ମୋ ପରିବାର

ଆନ ପାଇଁ ଶ୍ରମ ନିତି ମୁଁ ଦିଏ

ପେଟ ପାଇଁ ଦାନା ମୁଠାଏ ପାଏ

ଶ୍ରମିକଟିଏ ମୁଁ ଶ୍ରମିକଟିଏ ll


ହେଲେ ସୁରକ୍ଷିତ ଶ୍ରମ ଆମର

ହସିବ ମୋ ଘର ମୋ ପରିବାର

ମୁଣ୍ଡେ ଶିରାସ୍ତ୍ରାଣ ପାଦରେ ଜୋତା

ଅଣ୍ଟାରେ ଗାମୁଛା ଭିଡ଼ି

କାମ କରିଯିବା ଶ୍ରମିକ ଭାଇରେ

ନିଶା ପାଣି ଦେବା ଛାଡ଼ି

ସୁରକ୍ଷା ମଶାଲ ଉଡାଇବା ଚାଲ

ଅଙ୍ଗେ ନିଭାଇ ମୁଁ ଏକଥା କହେ

ଶ୍ରମିକଟିଏ ମୁଁ ଶ୍ରମିକଟିଏ

ଶ୍ରମର ସାଧକ ମଣିଷଟିଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational