STORYMIRROR

Ajit Kumar Raut

Action

4  

Ajit Kumar Raut

Action

ମୋଦିଙ୍କ ନିସ୍ବାର୍ଥ କର୍ମର ଫଳ

ମୋଦିଙ୍କ ନିସ୍ବାର୍ଥ କର୍ମର ଫଳ

1 min
241


ଭାଗ୍ୟବାନ ଦେଶ ଭାଗ୍ୟବାନ ଜନ

ମୋଦି ରୂପେ ନେତା ମିଳେ

ଜୀବନକାଳରେ ଦେଖିନାହିଁ କେହି

ମନ ରୂପି ନେତା ମିଳେ।୧।

ଦେଶ ହିତେ ସଦା ଲାଗି ରହିଛନ୍ତି

ଆତ୍ମନିର୍ଭରର ପାଇଁ

ଗ୍ରାମୀଣ ଭାରତ ସୁସଜ୍ଜିତ ହୁଏ

ନିସ୍ବାର୍ଥ କର୍ମର ପାଇଁ।୨।

ଛୁଟି ନାହିଁ ଦିନେ ଦେଶର ବିକାଶେ

ଲାଗିଛନ୍ତି ଦିନରାତି

କର୍ମପଥେ ସଦା ଅର୍ପିତ ଜୀବନ

ଜନକଲ୍ୟାଣର ପ୍ରତି।୩।

କର୍ମପଥେ ସଦା ଛଳନା କରନ୍ତି

ଦେଶ ଶତ୍ରୁ ନିତ୍ୟେ ନିତ୍ୟେ

ପ୍ରଭାବ ନପଡେ ନିସ୍ବାର୍ଥର ପଥେ

ବିଜୟୀ ପାଆନ୍ତି ନିତ୍ୟେ।୪।

ଦେଶ ନେତା ସିଏ ବିଶ୍ବ ନେତା ସିଏ

ଚରାଚର ପୄର୍ଥୀ ମାନୁଛି

ଦେଶପ୍ରେମୀ ଆଜି ତାଙ୍କରି କଥାକୁ

ସବୁଠୁ ମୂଲ୍ୟ ଦେଉଛି।୫।

ଖୁସିରେ ଅଛନ୍ତି ଦେଶବାସୀ ଆଜି

ତାଙ୍କରି କର୍ମର ବଳେ୍

ରାଷ୍ଟ୍ରବାଦୀ ଜନ ଗର୍ବିତ ହୁଅନ୍ତି

ତାଙ୍କରି ସାନିଧ୍ୟ ବଳେ୍।୬।

ମାଆ ମାତୃଭୂମୀ ମାତୃଭାଷା ପ୍ରତି

ଥିବଟି ଜନେ ଆଦର

ଅନୁଯାୟୀ ହୋଇ ତାଙ୍କରି କଥାରେ

ଗଢିବା ଦେଶ ସୁନ୍ଦର।୭।

ଆସ ଆସ ଭାଇ ସଂଗଠିତ ହୋଇ

ତାଙ୍କରି ସଙ୍ଗେ ରହିବା

ବିଶ୍ବ ଗୁରୁ ସ୍ବପ୍ନ ସାକାର ନିମନ୍ତେ

ଆତ୍ମନିର୍ଭର ହୋଇବା।୮।

ଆତ୍ମବିଶ୍ୱାସରେ ଯୋଡିତ ହୋଇଣ

ଜନସେବା ହିଁ କରିବା

ସତ୍ୟପଥେ ରହି କ୍ଷଣିକ ଜୀବନ

ଦେଶହିତେ ହିଁ ଭରିବା।୯।

ପବିତ୍ର ଭୂଖଣ୍ଡେ ଧାର୍ମିକ ଦେଶରେ

ମୋଦି ରୂପେ ନେତା ମିଳେ

ଭାଗ୍ୟବାନ ଜନ ଭାଗ୍ୟବାନ ଦେଶ

ସର୍ବୋପରି ଜ୍ଞାନୀ ମିଳେ।୧୦।

ପୂର୍ବତନ ଜ୍ଞାନ ପୂରଣ ସଂସ୍କୃତି

ଆବିର୍ଭାବ ଦେଶ ମଧ୍ୟେ

ସନାତନ ଧର୍ମ ପ୍ରଜ୍ବଳିତ ହୁଏ

ସମ୍ପୂର୍ଣ୍ଣ ଦେଶର ମଧ୍ୟେ।୧୧।

ଭାଗ୍ୟବାନ ଦେଶ ଭାଗ୍ୟବାନ ଜନ

ମୋଦି ରୂପେ ନେତା ମିଳେ

ଜୀବନକାଳରେ ଦେଖିନାହିଁ କେହି

ମୋଦି ରୂପି ନେତା ମିଳେ।o।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action