ମୋଦୀଙ୍କ ରାମରାଜ୍ଯ
ମୋଦୀଙ୍କ ରାମରାଜ୍ଯ
ଅଯୋଧ୍ୟା ନଗରୀ ପଡ଼ଇ ଉଚ୍ଛୁଳି, ଶ୍ରୀରାମଙ୍କ ଅଭିଷେକ
ହୋ ସୁଜନେ.. ମଧୁର ମିଳନ ପରିବେଶ।(ଘୋଷା)
ଜୟ ଜୟ ରାମ ଧ୍ବନି ସୁମଧୁର, କମ୍ପନରେ ଭରା ଅଯୋଧ୍ୟା ନଗର
ନର୍ତ୍ତନ ମଧୁର, କୀର୍ତ୍ତନ ମଧୁର, ମଧୁର ଏ ରାମରସ।
ହୋ ସୁଜନେ..ମଧୁର ମିଳନ ସମାବେଶ।୧।
ସନାତନୀଙ୍କର ସେହି ସ୍ଵର୍ଣ୍ଣକାଳ,ଉଦୟେ ଆନନ୍ଦ ଜନତା ସକଳ
ଗଗନ ପବନ ଆନନ୍ଦ ମୁଖର, ଅପୂର୍ବ ଏ ଅବକାଶ।
ହୋ ସୁଜନେ..ସୁବର୍ଣ୍ଣ ଅଧ୍ୟାୟ ଅବକାଶ।୨।
ରାମମୟ ଆଜ ଅଯୋଧ୍ୟା ଭୁବନ,ଆନନ୍ଦେ ମଗନ,ଦେଶବାସୀ ଗଣ
ଭଜନ କୀର୍ତ୍ତନ,ନର୍ତ୍ତନ,ଗାୟନ ପ୍ରକମ୍ପିତ ଦଶଦିଶ।
ହୋ ସୁଜନେ..ମୁଖରିତ ସାରାଦେଶ।୩।
ହୋମଯଜ୍ଞ କଲେ ବୈଦିକ ବ୍ରାହ୍ମଣ,ସେ ଶୁଭ ମୁର୍ହୂର୍ତ୍ତ ହେଲା ଅବର୍ତ୍ତୀର୍ଣ୍ଣ
ବହୁ ସାଧୁସନ୍ଥ ମୁନିଋଷି ମେଳେ ଅପୂର୍ବଏ ସମାବେଶ।
ହୋ ସୁଜନେ.. ଆନନ୍ଦ ମୁଖର ପରିବେଶ।୪।
ସେହି ଦିବ୍ୟ ଭବ୍ୟ ମୁହୂର୍ତ୍ତ ଆଗମ,ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଲଗନ
ମୋଦୀଜୀ ସାଜିଲେ ମୁଖ୍ୟ ଯଜମାନ, କରି ବ୍ରତ ଉପବାସ।
ହୋ ସୁଜନେ.. ଦୃଢ଼େ ଏଗାର ଦିବସ।୫।
କେତେ ଗୁଣିଜ୍ଞାନୀ,ପ୍ରତିଷ୍ଠିତ ଜନ,ନେତା,ଅଭିନେତା କ୍ରୀଡାବିତ ଗଣ
ବହୁ ଶିଳ୍ପପତି,ବୁଦ୍ଧିଜୀବି ମେଳେ ଭକତଙ୍କ ସମାବେଶ।
ହୋ ସୁଜନେ.. ଭାବମୟ ପରିବେଶ।୬।
ମନ୍ଦିର ଫେରିଲେ ରାମଲାଲା ଆମ,ହୋଇଲାସୁଗମ ରାମରାଜ୍ୟ କାମ
ପୁଣିଥରେ ମୋଦୀ ହେବେ ଅବତୀର୍ଣ୍ଣ, ଦୁଇ ହଜାର ଚବିଶ।
ହୋ ସୁଜନେ.ଦୁର୍ନୀତି ପାଇବ ହ୍ରାସ।୭।
ମୋଦୀଙ୍କ ସପନ ଆଶାଅସୁମାରି ସତେ ରାମରାଜ୍ୟ ଆସିବ କି ଫେରି
ସୁଖରେ ବଞ୍ଚିବେ ଦେଶ ନରନାରୀ, ହୋଇ ଆନନ୍ଦ ଉଲ୍ଲାସ ।
ହୋ ସୁଜନେ.. ଆମରି ଭାରତବର୍ଷ।୮।
