Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Tragedy Crime

4.1  

Satyanarayan Sahoo

Romance Tragedy Crime

ମୋବାଇଲ  ପ୍ରେମ ଓ ପରିଣତି

ମୋବାଇଲ  ପ୍ରେମ ଓ ପରିଣତି

1 min
249


ମୋବାଇଲ ପାଇଁ  ସମାଜରେ ଆଜି

ବଢୁଛି ବହୁ ସମସ୍ଯା

ଛାତ୍ର ଛାତ୍ରୀ ଠାରୁ ଯୁବକ ଯୁବତୀ

ହୋନ୍ତି ନିତି ହଟ ହଟା ।


କୋମଳ ପରାଣେ ନିତି ଦୁଃଖ ବୁଣେ

ଆଜି ଏଇ ମୋବାଇଲ

ଅନ ଲାଇନିର ଶିକ୍ଷା ନୀତି  ଘୋର

ଯାତନା ଆଉ ଜଞ୍ଜାଳ ।


ଘେନି ପ୍ରବେଶିଛି ସମାଜେ ସାଧୁଛି

ଦାଉ ତାହା ଅବିରତ

ମୋବାଇଲ ଗେମ ଚାଟିଙ୍ଗି ଚିଟିଙ୍ଗି

କାମରେ ସଭିଏଁ ବ୍ଯସ୍ତ ।


ଅସାମାଜିକ ଙ୍କ ହାତରେ  ପଡିକି

ଏଇ ମୋବାଇଲି ଆଜି

ସମାଜ ରେ ନିତି ଭରେ କେତେ ପୀଡା

ସାଥେ ନାନା ବ୍ରୀଡା ସୂଜି ।


କିମିଆଁ କରିକି  ଭୁଲାଇ ସଭିଙ୍କି

ପେମ ଜାଲେ ନିଏ ବାନ୍ଧି

ନହୁଲି ଯୌବନେ ଯୁବ ,ଯୁବା ଜନେ

ଟାହୁଲି  ଥଟଲୀ ବୁଦ୍ଧି ।


ଭରି ଦିଏ ତାହା ଯେ ତୁହାକୁ ତୁହା

ଯାବତୀୟ ମନ୍ଦ କାମ

ତହିଁରେ ଦେଖନ୍ତି  ତା'ହା ଠୁ ଶିଖନ୍ତି  

ପ୍ରେମିକ ପ୍ରେମିକା ଗଣ ।


ହ୍ୱାଟ୍ସ ଆପ ପ୍ରୀତି , ଫେସ ବୁକୁ ପ୍ରେମ

ଫାସରେ ବନ୍ଧା ଫାରସ

ଭିଡିଓ କଲ ରେ କୁରୁଳି ଉଠନ୍ତି 

ଝରଇ ପ୍ରେମର ରସ ।


ପ୍ରେମ ଚିଠି ଲେଖା ପ୍ରେମିକ ପ୍ରେମିକା

ଛାଡିଲେଣି କେଉଁ କାଳୁ

ମୋବାଇଲ ପ୍ରେମେ  ମୋବାଇଲ ଗେମେ

ପ୍ରେମ ହୁଏ ଖେଳୁ ଖେଳୁ ।


ଅଶ୍ଳୀଳ ଭିଡିଓ  ଚାଟିଙ୍ଗି ଓଡିଓ 

ଚିଟିଙ୍ଗି  କଳା ବିଭବ

ଆଣି କି ଆସିଛି ମୋବାଇଲ ଆଜି

କେତେ ରସ କେତେ ଭାବ ।


ଯେତେ ସବୁ ଭାବ ସଂପଦ ବିଭବ

ଏଇ ମୋବାଇଲ କୋଳେ

ଭରି ରହି ଅଛି ନିତି ସେ ସାଧୁଛି

କେତେ କାମ ଅବହେଳେ ।


ମୋବାଇଲ ଯୋଗେ ପ୍ରେମିକ ପ୍ରେମିକା

କରନ୍ତି ଭାବ ଆଦାନ

ନାନା ଅନାଚାରେ ରତ ହୋଇ ପରେ 

ହରାନ୍ତି ନିଜ ଜୀବନ ।


ପୁଣି ଯେ ଅସଂଖ୍ଯ ଚିଟିଙ୍ଗି କାମରେ 

ଲାଗେ ଏଇ ମୋବାଇଲ

ପରିଣତି ପାଇଁ ପଡଇ ସଭିଙ୍କୁ

ଦେବା ପାଇଁ ବହୁ ମୂଲ୍ଯ  ।



Rate this content
Log in