STORYMIRROR

Soubhagya Sahu

Inspirational

3  

Soubhagya Sahu

Inspirational

ମୋ ସୁନାର ଭାରତ

ମୋ ସୁନାର ଭାରତ

1 min
629




ମୋ ସ୍ୱପ୍ନ ଦେଖୁଥିଲି ଏକ ଭିନ୍ନ ଭାରତ,
ତାହା ନଥିଲା ଆଜିର ଭାରତ,
ଯେଉଁଠି ପ୍ରତିକ୍ଷଣରେ ଘଟେ ହିଂସା,ରକ୍ତପାତ,
ହିଂସା, କ୍ରୋଧ, ରକ୍ତପାତ ଯେଉଁଠି,
କେବଳ ଶବ୍ଦକୋଷରେ ସୀମିତ,
ସେ ମୋ ସୁନାର ଭାରତ,
ସେ ମୋ ସ୍ୱପ୍ନର ଭାରତ।।

ସେ ନଥିଲା ଅଶାନ୍ତ ମରୁଭୂମି ଆଜିର,
ସେ ଥିଲା ଶାନ୍ତ ନୀଳ ସାଗର,
ସତ୍ୟ, ନ୍ୟାୟର ପୂଜାରୀ ଯେଉଁଠି ଜନ୍ମ,
ଅସତ୍ୟ,ଅନ୍ୟାୟର ନଥିଲା ସେଠି ଚିହ୍ନ।
ବରଷୁଥିଲା ସେଠି ସ୍ନେହ, ପ୍ରେମର ବର୍ଷା,
ନଥିଲା ସେଠି ସ୍ୱାର୍ଥ ଆଉ ହିଂସା,
ହତ୍ୟା,ଲୁଣ୍ଠନ ସେଠି କେବଳ ବିଚାରଦଫାରେ ସୀମିତ,
ସେ ମୋ ସୁନାର ଭାରତ,
ସେ ମୋ ସ୍ୱପ୍ନର ଭାରତ।।

ଯେବେ ରାତି ପାହିଲା,
ସ୍ୱପ୍ନ ମୋର ଭାଙ୍ଗିଗଲା,
ଦେଖେ ମୋ ମାନସ ଆସନେ ସେ ଦୃଶ୍ୟ ନିଦାନ,
ଧନ ଲୋଭେ ମାଆ ଦେଇପାରେ,
ନିଷ୍ପାପ ଶିଶୁକୁ ଦାନ,
ଆଜି ହେଇଯାଇଛି କଣ୍ଟକିତ, ମୋ ସୁନାର ଭାରତ,
ଆଜି ହେଇଯାଇଛି କଣ୍ଟକିତ, ମୋ ସ୍ୱପ୍ନର ଭାରତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational