STORYMIRROR

Soubhagya Sahu

Others

2  

Soubhagya Sahu

Others

ଭାଲେଣ୍ଟାଇନ

ଭାଲେଣ୍ଟାଇନ

2 mins
371




ମୁଁ ସବୁ ଭାବିକି ରଖିଛି,

ଆପଣ ରୁ ତୁମେ,

ତୁମେ ରୁ ସେ,

ସେ ରୁ ଧନ, ବାବୁ, ଗେଲୁ

ଆଉ ତାପରେ,

ସେ ଚୁପ ଚୁପ କଥାଗୁଡା,

ଯୋଉଗୁଡା କହିବା ଲାଗି

ତୁମେ ଖୋଜିବ ଅନ୍ଧାର ରୁମଟେ,

ଆଉ ମୁଁ ବୁଲୁଥିବି ପଡିଆ ମଝିରେ,

କୁଲୁରି କୁଲୁରି ଶୋଇଯାଉଥିବି,

ଆମ ବାଡ଼ିପଟ ପାଳ ଗଦାରେ ।।


ହଁ ମୁଁ ପୁରା ପ୍ଲାନ୍ କରିଛି,

ଇନଷ୍ଟା ରୁ ଫେସବୁକ୍,

ଫେସବୁକ୍ ରୁ ହ୍ଵାଟ୍ସ ଆପ,

କଣ କେମିତି ଆଣିବି ତୁମ ନମ୍ବର,

ତୁମେ ଜଣାଶୁଣା ଭାବିବ ବୋଲି,

ତୁମ ସାଙ୍ଗେବୁଲୁଥିବା ସବୁ ସାଙ୍ଗଙ୍କୁ,

ଗୁପଚୁପ,ଚାଟ ଦେଇ କରେ ନିଜର,

ତୁମେ ପଛେ ଥରେ ଦେଖା ନଦିଅ,

ମୋ ପାଖେ ଥାଏ ତୁମ ଟିକ୍ ନିଖ୍ ଖବର ।।


ତୁମେ ଭାବୁଛ କି ମୁଁ ମିଛ କହୁଛି,

ପଚାରି ଦେଖୁନ, ମୁଁ କହିବି,

ମଙ୍ଗଳବାର ଦିନ ମନ୍ଦିର ଗଲାବେଳେ,

ତୁମେ କୋଉ ଚପଲଟା ପିନ୍ଧିଥିଲ?

ସେଦିନ ଛତା ନନେଇ କେମିତି ଭିଜିଥିଲ,

ଗୋଡ଼ ନପାଉଥିବା ସେ ବଡ଼ ସ୍କୁଟିଟା ସହ,

ଡ୍ରେନ ସାଇଡ଼ରେ କେମିତି ଗଳିପଡିଥିଲ ।।


ମୁଁ ଜାଣିଚି,

ସବୁ କଥା କହିବି ଯଦି,

ତୁମେ ଏବେ ଲାଜ କରିବ,

ବେଶି ହେଲେ ଟିକେ ରାଗିବ

ଜାଣିଛ,

ତୁମେ ରାଗିଲେ,

ତୁମ ଗାଲ, କାନ କେମିତି ପଡ଼ିଯାଏ ନାଲି,

ଯେମିତି ଲିପିଷ୍ଟିକ ବୋଳା ଓଠଟେ,

ସାରା ଦେହେ କିଏ ଦେଇଛି ବୋଳି ।।


ତୁମେ କ୍ଷୀର ଖାଇବାକୁ ଭଲ ପାଅନା,

ଆଉ ଗୋଲାପଜାମୁ ବି,

ଥରେ କେବେ ଭାବିଛ,

ତୁମ ହଷ୍ଟେଲ ବୁଢ଼ୀ କାଇଁ ଏବେ ଭଲ ଖାଇବା କରେ,

କେବେ ପଚାରିଛ,

ଆଗର ସେ ପାଣିଆ ଡାଲି, ଭାତ ଛାଡି,

ତୁମ ଥାଳିରେ କାଇଁ ଏତେ ଏତେ ପନିର ଭରେ??


ଆହୁରି କହିବି,

ପରୀକ୍ଷା ଲାଗି ତୁମେ ଫୋନ କରୁନ ବୋଲି,

ତୁମ ଉପରେ ସେ ସୁକୁଟି ସାଙ୍ଗ ରାଗିଛି,

କାଲି ସ୍କୁଲରୁ ଫେରିବା ବେଳେ ସାନ ଶାଳୀ,

ପେନସିଲ, ରବର ପୁଣି ହଜେଇଦେଇଛି,

ହଁ ମ ତୁମ ଭଉଣୀ,

ତା ସାଙ୍ଗେ ବି ଏବେ ମୋର ଭାରି ଦୋସ୍ତି,

ଶାଶୁଙ୍କ ହାତ ତିଆରି ଉପମା ମୋତେ ଦେଇ,

ସେ ଚଣ୍ଡୀ ମୋ ଠୁ ମ୍ୟାଗି ନେଇ ଖାଉଛି ।।


ହଁ ଏତେ କଥା କହିବା ପରେ,

ତୁମେତ ଜାଣି ଯିବଣି ଯେ,

ତୁମ ପ୍ରେମରେ ପାଗଳ ହେଇ,

ମୁଁ ଦିନସାରା ବେକାର କାମ ସବୁ କରୁଛି,

ଆଉ ହଁ କାଲି ଶୁଣୁଥିଲି,

ତୁମ ଏଜେଣ୍ଟ ମଉସା, (ଏଇୟା ଡାକ ନା ତୁମେ ତାଙ୍କୁ?)

ତୁମ ପାଇଁ ଭଲ ପ୍ରସ୍ତାବ ଆଣିଛି,

ପିଲାଟା ବ୍ୟାଙ୍କରେ ପିଓ ଅଛି,

ଭୁବନେଶ୍ୱରରେ ତାର ଫ୍ଲାଟ ଅଛି,

ଗୋଟିଏ ବୋଲି ପୁଅ,

ନା ଆଗକୁ ଅଛି ନା ପଛକୁ ଅଛି ।।


ତୁମେ ଭାବୁଥିବ ଏସବୁ ମୁଁ କାଇଁ କହୁଛି,

ଶୁଣ,

ଆଗକୁ ଭାଲେଣ୍ଟାଇନ ଡେ ଅଛି,

ହଁ

ଆଗରୁ କିଛି ଫରକ ପଡୁନଥିଲା ଏସବୁ,

କିନ୍ତୁ ତୁମେ ଆସିବ ଭାବି

ଏବେ କାଇଁ କେଜାଣି,

ବଜରଙ୍ଗ ଦଳ ଦେଖି ଡର ଲାଗୁଛି,

୨୨ବର୍ଷର ସବୁତକ ପ୍ରେମ,

ତୁମ କୋଳେ ଢାଳିବାକୁ ଇଚ୍ଛା ହେଉଚି,

ସତ କହୁଛି,

ତୁମକୁ ଦେଖିବା ପରେ,

ସେ ଲମ୍ବା ଦାଢ଼ି କାଟି ଦେଇଛି,

ଭଲ ସରକାରୀ ଚାକିରୀ ଟେ ପାଇଁ,

ମୁଁ ବି ଏବେ ସବୁ ଫର୍ମ ଖୋଜି ପକଉଛି ।।



Rate this content
Log in