STORYMIRROR

Soubhagya Sahu

Others

2  

Soubhagya Sahu

Others

ବନ୍ଧୁତା

ବନ୍ଧୁତା

1 min
323



କାହିଁ କେଜାଣି,

ଗୋଟେ ଅଭାବୀକୁ

ଆଉ ଗୋଟେ ଅଭାବୀ ସହ

ଚିହ୍ନେଇଥିଲା ଦଇବ,

ଯାହାକୁ ସେ ନୀତି ମୁଣ୍ଡିଆ ମାରେ,

ଗୁଣୁ ଗୁଣୁ ହେଇ କଣ ସବୁ କହେ,

ସାଇକେଲ ରେ ବସେଇଲା ବେଳେ।


କେଜାଣି ସେ ଥିଲା କୋଉଠି

ଜାଣିନି କେମିତି

ଆସିଲା ଏତେ ଭରସା,

ସବୁ କିଛି ବାଣ୍ଟିଦେଇ,

ହାଲକା ହେବା ପାଇଁ।


ଆଉ ଯାହା ପାଖେ

ମୁଁ ଯାହା ହୁଏ କି ନହୁଏ,

ତା ପାଖେ କିନ୍ତୁ

ସମ୍ପୂର୍ଣ୍ଣ ନିସ୍ୱ, ପୁରା ଲଙ୍ଗଳା ।


ଧୀରେ ଧୀରେ

କଷ୍ଟ କରି ଗଢିଥିବା

ମୋର ସବୁ ଗର୍ବକୁ,

ବାଲି ଘର ପରି

ଗୋଇଠା ମାରି ଭାଙ୍ଗିଦିଏ ସେ।


ଆଉ କିଏ ଜାଣୁ କି ନ ଜାଣୁ,

ସେ ଜାଣେ,


ଚାଉଳ ଦାନେ ଦେଇ,

କିଏ, କେମିତି, କେତେବେଳେ

ପକେଇଚି ମୋତେ ଫାଶ,

କୁଟା ପକେଇ,

କୋଉ ଡାହାଣୀ

କେତିକି ଶୋଷିଛି ରକ୍ତ।


ସେ ହିଁ ବୁଝେ,

କେତେ କାଦୁଅ ଘାଣ୍ଟି,

ତିଆରିଛି ମୁଁ,

ମୋ ଦଦରା ଘର,

ସେ ହିଁ କେବଳ,

ଜୀଅନ୍ତା ମୁକ ସାକ୍ଷୀ

ମୋ ସବୁ ଅସଫଳତାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍