ଭାଗ୍ୟରେ ନଥିବା ହସ
ଭାଗ୍ୟରେ ନଥିବା ହସ
କିଛି ହସରେ ଯାଦୁ ଥାଏ
ଆଉ କିଛି ରେ କୁହୁକ ।
କିଛି ହସ ଜାଣିଥାଏ
ବାନ୍ଧି ରଖିବାର କଳା
ଆଉ କିଛି ଶିଖାଏ ନୂଆ ଖଣ୍ଡିଉଡା ।
କିଛି ହସକୁ ବୁଝେଇବାକୁ ପଡେନି
ଆଉ କିଛିର
କିଛି ମାନେ ଖୋଜି ହୁଏନି ।
କିଛି ହସ ପାଇଲେ,
ହଜେଇବାକୁ କଷ୍ଟ ହୁଏ
ଆଉ କିଛି
ଜାଣି ଜାଣି ଭୁଲିବାକୁ ହୁଏ ।
କିଛି ହସ ଟ୍ରାନ୍ସଫର ହେଇ
ତୁମ ଓଠରେ ଲାଖିଯାଏ ।
ଆଉ କିଛି ହସ
ଛାଡ଼
ସେ ତୁମ ଭାଗ୍ୟରେ ନଥାଏ।
