STORYMIRROR

Sunanda Mohanty

Romance Action Classics

4  

Sunanda Mohanty

Romance Action Classics

ମୋ ସହର

ମୋ ସହର

1 min
311


ମୋ ସହର ମତେ ବଡ଼ ଯେଉଁଠି ମୋ ଜଗା

ସମୁଦ୍ର କୂଳେ ଦିଶେ ତା ନେତ ମତେ ଅଧା

ମୋ ସହର ଠାକୁର ନିଜକୁ ଗଢ଼ିଛି ଅଧା

ଗୁଣ୍ଡିଚା ମାଉସୀ ଅବା ପ୍ରେମିକା ପାଈଁ ରାଧା

ଜାଣି ବୁଝିବି କେମିତି ସେ ଲୀଳା ମୁଁ ଅଧୁରା ଅଧା

ମୋ ସହର ମତେ ବଡ଼ ନାହିଁ ଅସୁବିଧା

ରଥଯାତ୍ରା ଯେଉଁଠି ଯାଆନ୍ତି ଚତୁର୍ଦ୍ଧା

ମୁଁ ମତେ ଖୋଜେ ମୋ ସହର ଆକାଶ ସିଧା

କୋଉ ତାରା ହେବି ଏଠି ସ୍ବର୍ଗଦ୍ୱାରଠୁ ସିଧା

ନହେଲେ ହେବି ଅଧୁରା ରାଧା ପରି ଅଧା

ପୂରୁବ ଆକାଶେ ଦିଶେ ପୂର୍ଣ୍ଣମୀ ଶଶି ବୃତ୍ତ ପରଦା

ମୋ ନୀଳମାଧବ ଆସି ହେଲେ ଯେବେ ଚତୁର୍ଦ୍ଧା

ଅବଢ଼ା କୈବଲ୍ୟ ମିଳିଯାଏ ମେଣ୍ଟି କ୍ଷୁଧା

ମୋ ସହରେ ନାହିଁ ଜମା ଅସୁବିଧା

ଏକାଦଶୀ ସଂକ୍ରାନ୍ତି ପୂର୍ଣ୍ଣିମାରେ ବସୁଧା

ହସୁଥାଏ ଦେଖି ବେଶ ଜଗା ବଳିଆ ସୁଭଦ୍ରା

ଦୂରରୁ ପାଖରୁ ମୋ ସହର ମତେ ଲାଗେ ସାଦା ସିଧା

ନୀଳଚକ୍ର ବାନା ପତିତ ଉଦ୍ଧାରି ଡାକେ ଶଙ୍ଖ ଚକ୍ର ଗଦା

ପରିପୂର୍ଣ୍ଣତା ଭରିଯାଏ ଚତୁଃର୍ଦିଗ ନାହିଁ କିଛି ବାଧା

ବନ୍ଧନ ମୁକ୍ତ ଭକ୍ତ ବିଶ୍ଵରୂପ ଦେଖିବାକୁ ବିବିଧା

ଆସୁଥାଏ ଯାଉଥାଏ ସ୍ବର୍ଗଦ୍ୱାରେ ସିଧା

ମୋ ସହର ମୋ ପାଈଁ ସିଧା ସାଦା ଲାଗେ ମୁଁ ରାଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance