ମୋ ସାଇକେଲ୍
ମୋ ସାଇକେଲ୍
ଲାଗିଛି ମୋ ସାଇକେଲ୍ ରେ ଦୁଇଟି ପକ୍ଷୀ
ତା' ସାଥେ ମୁଁ ଦୂର ଦେଶ ବୁଲି ଯିବି ଟି
ଲୋଡା ନାହିଁ ଟଙ୍କା ମୋର ଅବା ପେଟ୍ରୋଲ
ପବନ ସହ ମିଶି ଉଡେ ମୋ ସାଇକେଲ
ସାଇକେଲ୍ ଧରି ମୁଁ ଯିବି ତ ଉଡି
କିଏ ମୋତେ ଆଉ ପାରିବେନି ତ ଧରି
ଆକାଶରେ ଉଡି ଉଡି ବୁଲିବି କେତେ
ତାଳକୁ ତାଳ ମିଶାଇ ପବନ ସାଥେ
