STORYMIRROR

Suresh chandra Padhy

Inspirational Others

3  

Suresh chandra Padhy

Inspirational Others

ମୋ ସ୍ୱପ୍ନର ବିଶ୍ୱ

ମୋ ସ୍ୱପ୍ନର ବିଶ୍ୱ

1 min
133


ମୋ ସ୍ୱପ୍ନର ବିଶ୍ୱ କେବେ ହୋଇବ

ସେ ଦିନ କେବେ ଆସିବ

ସଭିଙ୍କ ଦୁଃଖ ଯିବ

 ଭାଇ ଚାରା ସବୁଠି ରହିବ

ମୋ ସ୍ୱପ୍ନର ବିଶ୍ୱ କେବେ ହୋଇବ

ନାରୀ ଯେବେ ଏଠି ସୁରକ୍ଷା ପାଇବ

ପିତା ମାତାଙ୍କ ସେବା ସବୁ ଘରେ ହେବ

ପୁତ୍ର ସଭିଙ୍କ ଗୁଣବାନ ହୋଇବ 

ମୋ ସ୍ୱପ୍ନର ବିଶ୍ୱ କେବେ ହୋଇବ

କେବେ ଦୁନିଆରେ ଶାନ୍ତି ରହିବ

ଅନ୍ୟାୟ ଦୁର୍ନୀତି ସବୁ ଘଟିବ

ସବୁଠି ରାମ ରାଜ୍ୟ ହେବ

ମୋ ସ୍ୱପ୍ନର ବିଶ୍ୱ କେବେ ହୋଇବ

ଗୁରୁଙ୍କୁ ଶିଷ୍ୟ ଉତ୍ତମ ସମ୍ମାନ ଦେବ

ପ୍ରତି ଘରେ ଘରେ ଶାସ୍ତ୍ର ଚର୍ଚା ହେବ

ଧର୍ମର ଧ୍ଵଜା ସବୁଠି ଉଡ଼ିବ

ମୋ ସ୍ୱପ୍ନର ବିଶ୍ୱ କେବେ ହୋଇବ

ଭାଇ ଭଗାରୀ ନ ହୋଇବ

ପିତା ମାତାଙ୍କ ସେବା ହୋଇବ

କେବେ ସେ ବେଳ ଆସିବ

ମୋ ସ୍ୱପ୍ନର ବିଶ୍ୱ କେବେ ହୋଇବ

ଗୀତା ଭାଗବତ ସଭିଙ୍କ ମୁଖେ ଥିବ

ହିଂସା ଦୁରେଇ ଯିବ

ବଧୂହତ୍ୟା ବନ୍ଦ ହୋଇବ

ମୋ ସ୍ୱପ୍ନର ବିଶ୍ୱ କେବେ ହୋଇବ

ସତ୍ୟ ପଥେ ମଣିଷ ଥିବ

ମିଛ ଠୁ ଦୂରେ ରହିବ

ଗରିବୀ ଦେଶରୁ ହଟିବ

ସଭିଙ୍କ ମୁହଁରେ ହସ ଫୁଟିବ

ମୋ ସ୍ୱପ୍ନର ବିଶ୍ୱ କେବେ ହୋଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational