STORYMIRROR

Krushna Chandra Dakua

Inspirational

3  

Krushna Chandra Dakua

Inspirational

ମୋ ରାଜ୍ୟ ଓଡ଼ିଶା

ମୋ ରାଜ୍ୟ ଓଡ଼ିଶା

1 min
210


ଅଟେ ସୁଶୋଭିତ ସୁଷମା ମଣ୍ଡିତ

ଭରି ଅଛି ନାନା କଳା ସଂସ୍କୃତି ପରମ୍ପରା

ହୃଦୟ ଯାହାର ସ୍ୱଚ୍ଛ ନିର୍ମଳ ସମାନ

ଦୈନଦିନ ଗଢୁ ଅଛି ନୂତନ ଭାଇଚାରା

ନାହିଁ ଭେଦ ଭାବ ଘୃଣ୍ୟର ବିଚାର

ସଭିଏଁ ଉତ୍କଳ ମାତାର ସନ୍ତାନ

ହଁ ସଭିଏଁ ଉତ୍କଳ ମାତାର ସନ୍ତାନ

ଓଡ଼ିଶା ଇତିହାସ କି କରିବି ବ୍ୟାଖ୍ୟା

ଏଠି ଜନ୍ମିଛନ୍ତି ଅନେକ ଯୋଗଜନ୍ମା

ଓଡ଼ିଆଙ୍କ ପାଇଁ ତାଙ୍କ ବଳିଦାନ

ନୁହେଁ ଧନ ଦୌଲତ ସମ

ଅଟେ ମହାନ କାଳଜୟୀ

ବିଜୟ ଅମୂଲ୍ୟ ଧନ

ଉତ୍କୃଷ୍ଟ କଳାର ଦେଶ ମୋ ଓଡ଼ିଶା

ଉତ୍କଳ ତାହାର ନାମ

ଭରିଅଛି ଏଠି ଅନେକ ସମ୍ପଦ

ତାହା ହିଁ ଆମ ଗର୍ବ ଗୌରବ

ହଁ ତାହା ହିଁ ଆମ ଗର୍ବ ଗୌରବ

ଏଠି ଆମ ପାଇଁ ସାହା ପ୍ରଭୁ ଜଗନ୍ନାଥ

ବସିଛନ୍ତି ନିଳାଞ୍ଚଳ ଧାମେ

ଓଡ଼ିଶା ମାଟିର ପ୍ରତିଟି ଜୀବନେ

ରଖିଛନ୍ତି ଆଶୀର୍ବାଦ

ଧନ୍ୟ ଅଟେ ଆମ ଜୀବନ

ହଁ ଧନ୍ୟ ଅଟେ ଆମ ଜୀବନ .....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational