STORYMIRROR

Prasant Kumar Nath

Romance

3  

Prasant Kumar Nath

Romance

ମୋ ପ୍ରିୟାର ପ୍ରେମ

ମୋ ପ୍ରିୟାର ପ୍ରେମ

1 min
13.6K


ଭଲପାଏ ବୋଲି ଓଠରେ ସିନା ମୁଁ

ପ୍ରିୟାକୁ ଦେଉଛି କହି

ହେଲେ ଲକ୍ଷେ ଶିବ ପୂଜୁଅଛି ସିଏ

କେବଳ ମୋହରି ପାଇଁ ।

ମୋହରି ପାଇଁ କି ଶୁଭ ମାନସୀ ସେ

କରୁଛି ଉପାସ ବ୍ରତ

ପ୍ରଭୁଙ୍କ ମଥାରେ କ୍ଷୀର ସେ ଢାଳୁଛି

କରୁଛି ତାଙ୍କ ସାକ୍ଷାତ।

ନଡିଆ ଭାଙ୍ଗୁଛି ମୋହରି ନାମରେ

ମୋ ନାମେ ପୂଜୁଛି ହର

ମୋପାଇଁ ପରା ସେ ଉଜାଗର ରହି

ପାଳୁଛି ଆଜି ଜାଗର ।

ନିଜ କଥା ଭୁଲି ମୋ କଥା ଭାବୁଛି

ଚାହିଁଅଛି ମୋର ଖୁସି

ମୋହରି ଖୁସିରେ ଖୁସି ସେ ହେଉଛି

ନହେଲେ ଯାଉଛି ଋଷି ।

ଏତେ ଭଲ ସିଏ ପାଉଅଛି ମୋତେ

ଭାବିଲେ ଲାଗୁଛି ଡର

ତା ପ୍ରେମଟା ଏବେ ଲାଗୁଅଛି ମୋତେ

ନିଜ ଠୁଁ ବେଶି ନିଜର ।

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର

ମୋ.୦୮୮୯୨୩୦୧୧୪୩


Rate this content
Log in

Similar oriya poem from Romance