STORYMIRROR

Hitesh Mohapatra

Romance

3  

Hitesh Mohapatra

Romance

ମୋ ପ୍ରିୟା ଡାଇରିରୁ ପଦେ

ମୋ ପ୍ରିୟା ଡାଇରିରୁ ପଦେ

1 min
173

ପ୍ରେମ ଠାରୁ କର୍ତ୍ତବ୍ୟ ତୁମ ପାଇଁ ବଡ

କର୍ତ୍ତବ୍ୟ ପାଖରେ ମୁଁ ତୁମ ପାଇଁ ତୁଚ୍ଛ ହୀନ

ଗୋଟିଏ ମାସର ବ୍ୟବଧାନରେ ମୋ ଭିତରେ ଅଜସ୍ର ଅଭିମାନ

ଘୃଣା ହେଉଥିଲା ତୁମ ନିର୍ଲିପ୍ତପଣିଆ ବିରୁଦ୍ଧରେ । ୧


ତମକୁ ତ୍ୟାଗ କରିବା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ

ତଥାପି ମୁଁ ନିରୁପାୟ , ଏହାହିଁ ଭବିତବ୍ୟ ଏହାହିଁ ବିଧିନିର୍ଦ୍ଦିଷ୍ଟ

ମୁଁ ହାରି ଯାଇଥିଲି, ସମ୍ପୂର୍ଣ୍ଣ ତୁମ କର୍ତ୍ତବ୍ୟ ଆଉ ଧର୍ମ ପାଖରେ

କର୍ତ୍ତବ୍ୟ ଆଉ ପ୍ରେମ ମଧ୍ୟରୁ ତୁମେ ବାଛି ନେଇଥିଲ କର୍ତ୍ତବ୍ୟକୁ । ୨


ତଥାପି ତୁମ ଆଖିରେ ଥିଲା ତୁମ ପ୍ରେମ

ତୁମ ମନ ଭିତରେ ଥିଲା ଅଭିମାନ ଓ ଯନ୍ତ୍ରଣା

ମୁଁ ତୁମ ଠାରୁ ବିଦାୟ ନେଲା ବେଳେ

କ୍ଷତ ହୋଇଜାଇଥିଲା ତୁମ ହୃଦୟ ଆଉ ଭରି ଯାଇଥିଲା ତୁମ ଆଖି

ତଥାପି ମୁଁ ନିରୂପାୟ । ୩


ତଥାପି ତୁମେ ମୋତେ ଅଟକାଇନଥିଲ

କାରଣ ତୁମ ପାଖରେ ଥିଲା ବିଶ୍ୱାସ

ନିଶ୍ଚେ ମୁଁ ତୁମ ପାଖକୁ ଦିନେ ଫେରିବି

ତୁମ ଠାରୁ ଦୂରେଇ ମୁଁ ଜୀବନ ସାରା ଜଳିବି । ୪


ତମର ସନ୍ତକ ସ୍ୱରୁପ ସମସ୍ତ ଉପହାର

ଏବେ ବି ମୁଁ ମୋ ପଖରେ ରଖିଛି

କେବଳ ଫେରେଇ ଦେଇଛି ତୁମ ହୃଦୟ । ୫


ବିଦାୟ ବେଳାରେ ବି ମୁଁ ବସିଥିଲି ତୁମ ଗାଡି ପଛରେ

ଅନୁଭବ କରୁଥିଲି ସେ ୩୦ମାସର ସମ୍ପର୍କକୁ ନେଇ

ତାହା ଜାଣିପାରିନଥିଲି

କାରଣ ମୁଁ ପାଲଟି ଯାଇଥିଲି

ଏକ ସ୍ଥାଣୁ ପଥର । ୬



Rate this content
Log in

Similar oriya poem from Romance