STORYMIRROR

SUBHRANSU SAHOO

Abstract

3  

SUBHRANSU SAHOO

Abstract

ମୋ ପରିଚୟ

ମୋ ପରିଚୟ

1 min
11.8K

ମୁଁ କିଏ

କଣ ମୋ ଅସ୍ତିତ୍ୱ

ଖୋଜି ବୁଲେ ଉତ୍ତର 

ଅନୁଭୂତିର ମରୁଭୂମିରେ

ସ୍ମୃତିର ବାଲୁକାକୁ ସାଉଁଟୁ ସାଉଁଟୁ 

ଥକି ଯାଏ 

ନା ମିଳେ ପରିଚୟ ,ନା ବିଶ୍ରାମ  

ସମାଜ କହେ ପାଠିକା ମୁଁ 

ଅହରହ ଧାବମାନ 

ଲକ୍ଷ୍ୟ ଏଠି ସ୍ବପ୍ନ ହେଉ ଅବା ମରୀଚିକା 

ଧାଇଁବା ମୋର କର୍ତବ୍ୟ  

କେବେ ଧନ ସାଜେ ମୋ ପରିଚୟ 

କେବେ ଜାତି ,କେବେ ଧର୍ମ 

କେବେ ମୋ ମାଟିରେ ଖୋଜିବୁଲେ 

ମୋ ଜନ୍ମର ରହସ୍ୟ

ଭାଷା ମୋ ପରିଚୟ 

ନ ରଙ୍ଗ ,ନ ରୂପ 

କେବେ ଜୋତିସର ପାସେ 

କରେ ମୁଁ ଗ୍ରହ ,ନକ୍ଷତ୍ରରେ ମାପଚୁପ  

ଉତ୍ତର ଖୋଜୁ ଖୋଜୁ ଅପସରିଯାଏ ଜୀବନ 

ବାରଧ୍ୟକ୍ୟା ରେ ଜରାଜୀଣ୍ଣ 

ତଥାପି ଖୋଜୁଥାଏ ପରିଚୟ 

କେବେ ଗଛିତସମ୍ପତ୍ତି ରେ 

କେବେ ସନ୍ତାନ ସଂତତିରେ  

କାହା ପାଇଁ ଲାଞ୍ଚନାର ପାତ୍ର 

ଦୁନିଆର ମାୟା ଜାଲରେ 

ଛଟପଟ ଶିକାର ମୁଁ 

ଏଠି ଅଭିନୟ ଅନେକ ପରିଚୟ ଅନେକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract