STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ମୋ ପାଇଁ ଅଭୁଲା

ମୋ ପାଇଁ ଅଭୁଲା

1 min
135


ମୋ ଗାଆଁ ର ସବୁଜ ଧାନ କ୍ଷେତ

 ସକାଳର ନାଲି ସୂରୁଜ 

ନଡ଼ିଆ ଗଛ ଫାଙ୍କରେ

ମୁରୁକି ହସୁଥିବା ଜହ୍ନ

 ମୋତେ ଭାରି ଭଲ ଲାଗେ।

ଖଜୁରୀ ଗଛ ଡ଼ାହିରେ ନିର୍ଦ୍ଵନ୍ଦରେ

ଖେଳୁ ଥିବା ବାଇ ଚଢ଼େଇ

ତାର କମକୁଟିଆ ବସା

ମୋତେ କେତେ କଥା ଭାବିବାକୁ

  ସୁଯୋଗ ଦେଇଥାଏ।

ମୋ ଗାଆଁ ର ନିକଟରେ

ଉଛୁଳୁଛି ଚିଲିକା ହ୍ରଦ ର ଜଳ

ଶୀତ ଦିନେ ନାନା ଜାତି ନାନା

କିସମର ପକ୍ଷୀ କଳରବ

ମୋ ମନକୁ ଆକର୍ଷିତ କରେ।

ନାଉରୀ ଭାଇର ନାବ ଚାଳନା ବେଳେ

ଗୁଣୁ ଗୁଣୁ ହୋଇ ଗାଉଥିବା ମଧୁର ଗୀତ

ଆକାଶରେ ଉଡିଯାଉଥିବା ଗେଣ୍ଡାଳିଆ

  ବୁଡି ଯାଇଥିବା ସୂରୁଜ

  ଦୂର ଦିଗବଳୟରେ

  ଛାଇ ମାଡ଼ି ଆସୁଥିବା ଅନ୍ଧାର

   କେଡେ ଜୀବନ୍ତ ଓ ଅଭୁଲା।

ଏହି ସବୁ ଦୃଶ୍ୟ ମୋତେ

ଭାବିବାକୁ ମଉକା ଦିଏ

ମୋ କବିତା ରେ ଭାଷା ଦିଏ

ଭାବୁକ ଓ କବି କରି ଗଢି ତୋଳେ।



Rate this content
Log in

Similar oriya poem from Action