STORYMIRROR

Sagar Kumar Parida

Inspirational

4  

Sagar Kumar Parida

Inspirational

ମୋ ଓଡିଶା

ମୋ ଓଡିଶା

1 min
519

ଓଡିଶା ମୋର ଭାରି ସୁନ୍ଦର

           ମୋହରି ମାତୃଭୂଇଁ,

ମହୋଦଧି ତା' ଚରଣ ଧୁଏ

           ନେତା ଜଗତ ସାଇଁ ।।

ଯାହାର ମାଟି,ପାଣି,ପବନ

           ଗଢ଼ିଛି ମୋର ତନୁ,

ପାହାଡ଼ ,ନଦୀ,ବଣ, ଝରଣା

           ସତେ କି କାମ ଧେନୁ ? ।।

ଉତ୍କର୍ଷ କଳା ମନ୍ଦିର ମାଳା

          ପୁରିଛି ତନୁ ସାରା,

ଦେଓମାଳୀ ତା' ଉଚ୍ଚ ପର୍ବତ

           ଗଛଲତାରେ ଭରା ।।

ତା ମହାନଦୀ ଭାରି ଦରଦୀ

           ଫୁଟାଏ ମୁଖେ ହସ,

ରୁପା ନଗରୀ ଅରକ ପୂରୀ

           ଅରୁଣୀମାର ବାସ ।।

କୋରାପୁଟରୁ ମୟୂରଭଞ୍ଜ

           ଡୁଡୁମା, ହୀରାକୁଦ,

କେଡେ ମଧୁର ତା'ର ଶରୀର

           ବିଶାଳ ତା'ର ହୃଦ ।।

ଧଉଳିଗିରି ବୁଦ୍ଧଦେବଙ୍କ

          ଅମରଗାଥା କହେ,

ଉଦୟଗିରି ଖଣ୍ଡଗିରିର

          ଦର୍ଶନେ ମନ ମୋହେ।।

ବାଲିଯାତରା, ରଥଯାତରା

          ରଜ ଓ ଦଶହରା,

ଓଡ଼ିଆ ଜାତି ସଂସ୍କୃତି ସମ

          ନାହିଁ ଏ ବସୁନ୍ଧରା।।

ଓଡ଼ିଆ ଜାତି ମହାନ ଜାତି

          ଭାଷା ଅତି ପ୍ରାଚୀନ,

ଓଡ଼ିଆ ବୋଲି କରହେ ଗର୍ବ

          ମହାନ ଆମ ଧର୍ମ ।।

  

    



Rate this content
Log in

Similar oriya poem from Inspirational