Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ମୋ ଓଡ଼ିଶା

ମୋ ଓଡ଼ିଶା

1 min
228



ଏଇ ରାଇଜର ସନ୍ତାନ ମୁଁ ଅଟେ

ଏଇ ମାଟି ମୋର ମାଆ

ଉତ୍କଳ କଳିଙ୍ଗ ମୋ ରାଜ୍ୟ ଓଡ଼ିଶା

ପରିଚୟ ମୋ ଓଡ଼ିଆ ।


ଗିରି ଶିଖରରେ ମୁକୁଟ ମଣ୍ଡିତ

ବନରାଜି ସୁଶୋଭିତା

ନଦୀ ନିର୍ଝରଣୀ କୁଳୁକୁଳୁ ନାଦେ

ବକ୍ଷେ ତାର ପ୍ରବାହିତା

ଧୈ।ତ କରେ ପାଦ ତଟ ଦେଶ ତାର

ଶ୍ରୀ ସମ୍ପଦା ପରିପୂର୍ଣ୍ଣ। ।

ପରିଚୟ ମୋ ଓଡ଼ିଆ---


ଅପରୂପା ତାର ସୈ।ନ୍ଦର୍ଯ୍ୟ ଶୀରି

ଚାରୁଚିତ୍ର ଶିଳ୍ପକଳା

ପୁରୀ କୋଣାରକ ଭୁବନେଶ୍ୱରରେ

ଭବ୍ୟ ମନ୍ଦିରର ମାଳା

ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ

ଉଡ଼େ ନିଳାଚଳ ବାନା ।

ପରିଚୟ ମୋ ଓଡ଼ିଆ--


ଶୈ।ର୍ଯ୍ୟ ବୀରତ୍ୱ କୀରତି ଯଶରେ

ସମୁଜ୍ଜ୍ୱଳ ଇତିହାସ

କହେ କାନେ କାନେ ଜାଗ ବୀର ପୁତ୍ରେ

କର୍ମେ ତତ୍ପର ନିରଳସ

କର ସୁମରଣା ସାହିତ୍ୟ ସଂସ୍କୃତି

ଓଡ଼ିଶା ଅଟେ ଅନନ୍ୟା ।

ପରିଚୟ ମୋ ଓଡ଼ିଆ--


ସମତଳ ମୋର ମୃତ୍ତିକା ଉର୍ବରା

ଉନ୍ନତ କୃଷି କରମେ

ଶସ୍ୟ ଶ୍ୟାମଳା ବୃଦ୍ଧି ଉତ୍ପାଦନେ

ଘୁଞ୍ଚୁ ଅଭାବ କଷଣେ

ଖଣିଜ ସମ୍ପଦ ସତ ଉପଯୋଗେ

ଗଢି ଉଠୁ ଶିଳ୍ପ ନୂଆ ।

ପରିଚୟ ମୋ ଓଡ଼ିଆ----


ମୋ ସାଗର ତଟ ଉତ୍ତୁଙ୍ଗ ଶିଖର

ବାୟୁ ଜଳ ସ୍ଥଳ ପଥ

ଗମନା ଗମନ ନୈ।ଚଳାଚଳେ

ସର୍ବ କାଳେ ଉପଯୁକ୍ତ

ଆମ ଐକ୍ୟ ଯୋଗ୍ୟ ସଫଳ ସାଧନେ

ଓଡ଼ିଶା ହେଉ ଅତୁଲ୍ୟା ।

ପରିଚୟ ମୋ ଓଡ଼ିଆ---


   -----+++-----



Rate this content
Log in

Similar oriya poem from Inspirational