STORYMIRROR

Abhiram Mandal

Romance Others

2  

Abhiram Mandal

Romance Others

ମୋ ମନ

ମୋ ମନ

1 min
129

ମୋ ମନର କଥା ଇୟେ

ମୋ ମନର ଭାଷା ଇୟେ

ବୁଝି ସେ ପାରିବ ଏକା

ଯାର ଥିବା ମନ ପରି ମନଟିଏ ।


କେତେ କଥା ସାଇତିଛି

କେତେ କଥା ଲୁଚାଇଛି,

ଇୟେ ପରା ମୋର ମନ

ତା ପରି ହେବ ଆଉ କିଏ

ବୁଝି ସେ ପାରିବ ଏକା

ଯାର ଥିବ ମନ ପରି ମନଟିଏ ।


ଆଶା ଦୀପ ତେଜି ଦିଏ

ନିରାଶାର ସାୟଂ କାଳେ

ବଂଚିବାର ରାହା ଖୋଜେ

ହତାଶାର ମହା ଜଳେ 

ତା ପରି ପାଇବି କାହୁଁ

ଅନ୍ତରଙ୍ଗ ବନ୍ଧୁଟିଏ

ବୁଝି ସେ ପାରିବ ଏକା

ଯାର ଥିବ ମନ ପରି ମନ ଟିଏ ।


ଦୁନିଆଟା ପର ହେଲେ

ସେ କିନ୍ତୁ ଭୁଲେ ନାହିଁ

ସାଥେ ସାଥେ ସଦା ଥାଏ

କୁଆଡେ ସେ ଯାଏ ନାହିଁ

ମୋ ସୁଖରେ ଝୁମେ ଯିଏ

ଦୁଃଖେ ମୋର କାନ୍ଦୁ ଥାଏ

ଭୁଲି ମୁଁ ପାରିବି ନାହିଁ

ତା ପରି ସାଥିଟିଏ

ବୁଝି ସେ ପାରିବ ଏକା

ଯାର ଥିବ ମନ ପରି ମନ ଟିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance