STORYMIRROR

Abhakanta None

Tragedy

2  

Abhakanta None

Tragedy

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ

1 min
13.9K


ତୁମବିନା ପ୍ରୀୟା ଚାଲିବା ଜାଣିନି

ତୁମେତ ପଡିଲ ଥକି

କେମିତି ଚାଲିବି ଆୟୁଷ ଅନ୍ଧାରେ

ଅଛି ଯେତେବାଟ ବାକି ?

ବହୁ କଳପନା ଅନେକ ସପନ

ବାଛିଛି ଯା' ଆଜି ଯାଏ

ମୋର ଚିନ୍ତନର ପ୍ରତିଟି ଛକରେ

ତୁମେ ବସିଥାଅ ପାଏ

ଆଗକୁ ବିଭୋରେ ଚାଲିବି ଚାହୁଁଛି

ତୁମେ କିଆଁ ଯାଅ ରୁକି

ଅବାରୀତ ପରା ଆଗେଇବା ଧାରା

ସମୟର ସରଣିରେ

କଥାଦେଇ ଥକି ବସିଲ କାହିଁକି

ଅପାରଗେ ଧରଣୀରେ

କାନ୍ଧେ ବୋହି ନେବି କହିଲି ତଥାପି

ପ୍ରତିଜ୍ଞାକୁ ଦେଲ ଠକି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy