STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ମୋ ମାତା

ମୋ ମାତା

1 min
260


କି ଦେଇ ପୂଜିବି       ମାତାଙ୍କୁ ମୋହର

      ନିଅଣ୍ଟ ରହିବ ସଦା

ଜୀବନେ ତାହାର       କଷ୍ଟ ହିଁ ନ ହେଉ

      କର୍ତ୍ତବ୍ୟ ହିଁ ହେଉ ସଦା।


ଦଶ ମାସ ଗର୍ଭେ       ଧରିଣ ସେ ମତେ

      ଧରଣି ମଧ୍ୟେ ଆଣିଛି

ସବୁ ଦୁଃଖ କଷ୍ଟ       ସହିଣ ଜୀବନେ

      ମଣିଷ ମତେ କରିଛି।


ଟିକେ କଷ୍ଟ ହେଲେ      ଜୀବନେ ମୋହର

      ଅନିଦ୍ରା କେତେ ରହିଛି

କେତେ ମାନସିକ       କେତେ ଦୀପ ନିତ୍ୟେ

      ପ୍ରଭୁ ନିକଟେ ଜାଳିଛି।


ଜୀବନ ଅସ୍ତିତ୍ଵ        ମାତା ହିଁ ମୋହର

      ତାର ପରି କେହି ନାହିଁ

କର୍ତ୍ତବ୍ୟ ମୋହରି       ତାହାରି ସେବାରେ

      ତୄଟି ହିଁ ରଖିବି ନାହିଁ।


ମଇ ହିଁ ମାସରେ        ନଅ ହିଁ ତାରିଖ 

      ଶୁଭ ରବିବାର ଦିନ

ମାତୄ ଦିବସର         ଶୁଭାରମ୍ଭ ହେବ

      ମାଆଁଙ୍କୁ ପୂଜିବା ଦିନ।


ହାର୍ଦ୍ଦିକ ଶୁଭେଛା         ଅଭିନନ୍ଦନ ଭି

      ବିଶ୍ବର ମାତାଙ୍କୁ ମୋର

ରଖିବା ମାତାଙ୍କୁ         ଅତି ହିଁ ଆଦରେ

      କରିବା ନିତ୍ୟେ ଆଦର।


ମାତୄ ସେବା ବଳେ        ଲକ୍ଷ୍ମୀ ଆଗମନ

       ଖୁସିରେ ରୁହେଟି ଘର

ସବୁ ଆବଶ୍ୟକ         ପୂରଣ ହୁଅଇ

       ନିରାପଦ ରୁହେ ଘର।


ଦେବ ସେବା ଠାରୁ        ମାତୄ ସେବା ବଡ଼

       ପ୍ରଭୁଙ୍କ ଏହି ବଚନ

ଗୁରୁ ପ୍ରଥମର          ମାତାହିଁ ଟି ଜାଣ

       ଶାସ୍ତ୍ରରେ ଏହି ବର୍ଣ୍ଣନ।


ଶକ୍ତି ଦିଅ ପ୍ରଭୁ          ଜୀବନେ ମୋହର

       ମାଆଁଙ୍କ ସେବା କରିବି

ସବୁ ସୁଖ ମିଳୁ          ମାଆଁଙ୍କୁ ମୋହର

       ନିତ୍ୟେ ସେବା ହିଁ କରିବି।


କି ଦେଇ ପୂଜିବି         ମାତାଙ୍କୁ ମୋହର

      ନିଅଣ୍ଟ ରହିବ ସଦା

ଜୀବନେ ତାହାର         କଷ୍ଟ ହିଁ ନ ହେଉ

      କର୍ତ୍ତବ୍ୟ ହିଁ ହେଉ ସଦା।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational