STORYMIRROR

Debabrata Jena

Inspirational Others

3  

Debabrata Jena

Inspirational Others

ମୋ ମାଆ ପରା ସିଏ

ମୋ ମାଆ ପରା ସିଏ

1 min
13.2K


ଯା' ମିଠା ଛୁଆଁରେ ନିବିଡ଼ତା ବାରି ହୁଏ

ଯା' ମଧୁର ଡାକେ ଭୋକ ଶୋଷ ମେଣ୍ଟି ଯାଏ

ଯାହା ଉପସ୍ଥିତି ବିନା ମନ ଶୂନ୍ୟତାରେ ଧାଏଁ

ସେ କେହି ନୁହଁଇ ମୋ ମାଆ ପରା ସିଏ ।।

ଅନ୍ତରେ ଯା' ସରଳତା ସଦା ଶୋଭା ପାଏ

ଜୀବନ ତମାମ ଅୟୁତ କୋହ ସେ ପିଏ

ସୁଖେ ଦୁଃଖେ ସଦା ଯିଏ ମୋତେ ରାହା ଦିଏ

ସେ କେହି ନୁହଁଇ ମୋ ମାଆ ପରା ସିଏ ।।

ନିଃସର୍ତ୍ତେ ଭଲ ପାଇବା ଯେ ଅଜାଡ଼ି ଦିଏ

ଦିବାନିଶି ଉଜାଗର ହୋଇ ସେବା ଦିଏ

'ମାଆ' ଡାକ ଶୁଣିଲେ ଯେ' ଆତ୍ମ ତୃପ୍ତି ପାଏ

ସେ କେହି ନୁହଁଇ ମୋ ମାଆ ପରା ସିଏ ।।

ଦୁଃଖର ପସରା ସବୁ ପଣତେ ଘୋଡାଏ

ସୁଖର ପୁଡ଼ିଆ ସଦାବେଳେ ବାଣ୍ଟୁଥାଏ

ସ୍ନେହ ,ପ୍ରେମ,କରୁଣାର ଯଶୋଧାରା ଯିଏ

ସେ କେହି ନୁହଁଇ ମୋ ମାଆ ପରା ସିଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational