STORYMIRROR

Rajalaxmi Sahoo

Fantasy Others

4  

Rajalaxmi Sahoo

Fantasy Others

ମୋ ମା

ମୋ ମା

1 min
315

ସୁନ୍ଦର ର ଅଟେ ମା ମନଟି,

ପବିତ୍ରତା ଭରା ତା ମନ।

ଆମକୁ ଦିଏ ସେହ୍ନ ଆଦର,

ଭୁଲିଯାଇ ରାତିଦିନ ।।

ଭଲପାଅ ତାଙ୍କୁ କର ସନମାନ,

ପ୍ରଥମ ଗୁରୁ ସେ ଆମ।

ତାଙ୍କରି ଆଶିଷେ ସିନ୍ଧୁ ଯେ ତରିବ,

ଧରି ନେଲେ ତାରି ନାମ।

ସ୍ମିତ ଭରା ମୁଖେ ଯୋଗାଏ ଅମୃତ,

କୋଳରେ କରେ ଆଦର।

ସବୁ ଝଡ ଝଞା ଆଡେଇ ଦିଏ ,

ତାହାରି ପଣତ ଗାର।।

ତାହାରି ଗରଭେ ରଖେ ନଅ ମାସ,

ଦୁଇ ବରଷ ଯେ କୋଳେ।

ତାହାର ଜୀବନ ଯେ ହୃଦୟରେ ବହେ,

ତା ପରି କେ ଅଛି ମହି ତଳେ।।

ସିଏ ପରା ଆମ ଚଳନ୍ତି ଠାକୁର,

ସରଗ ଠୁ ସିଏ ବଡ।

ତା ଶୁଭ ଆଶିଷ ସାଥେ ରହିଥିଲେ,

ଜିତିବା ଆମେରେ ଗଡ॥


Rate this content
Log in

More oriya poem from Rajalaxmi Sahoo

Similar oriya poem from Fantasy